ନୂଆଦିଲ୍ଲୀ: ଅବ୍ୟକ୍ତ ଯନ୍ତ୍ରଣାରେ ସଢି ମୃତ୍ୟୁକୁ ହିଁ ଆଦରି ନେଇଥିଲେ ନିର୍ଭୟା । ନିର୍ଭୟା ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ଡାକ୍ତରୀ ବେଡରୁ ଲେଖିଥିଲେ ମାଆଙ୍କୁ ଚିଠି । ତାଙ୍କ ଜୀବନକୁ ଛିନ୍ ଭିନ୍ କରିଦେଇଥିବା ୬ଜଣ ନରରାକ୍ଷସଙ୍କୁ ଅବଶ୍ୟ ଶାସ୍ତି ମିଳିଛି । ଫାଶୀ ଖୁଣ୍ଟରେ ଝୁଲିଛନ୍ତି ୪ ଜଣ ଦୋଷୀ । ମାତ୍ର ନିର୍ଭୟା ପାଇଥିବା ପ୍ରତ୍ୟେକ ଯନ୍ତ୍ରଣା ନିଜ ହାତଲେଖା ଚିଠିରେ ରହିଯାଇଛି ମଣିଷ ସମାଜ ଲାଗି କଳଙ୍କିତ ପୃଷ୍ଠା ହୋଇ । ନିର୍ଭୟାଙ୍କ ସେହି ହାତଲେଖା ଚିଠି ପଢିଲେ ଲୋକମୂଳ ଟାଙ୍କୁରି ଉଠିବ । ଛାତି ଥରି ଉଠିବ । ଲାଗିବ ଯେ, ଭଗବାନ ମଣିଷ ସୃଷ୍ଟି କରିଥିଲେ କ’ଣ ପଶୁ ହେବାପାଇଁ ?
ମାଆ ମୋତେ ବହୁତ ଯନ୍ତ୍ରଣା ହେଉଛି । ସେଦିନର କଥା ମୋତେ ଖୁବ୍ ମନେ ପଡୁଛି । ବାପା ପଚାରିଥିଲେ ତୁ ଝିଅ ବଡ଼ ହେଲେ କଣ ହେବୁ । ମୁଁ କହିଥିଲି ଫିଜିଓଥେରାପିଷ୍ଟ ହେବି । ଲୋକଙ୍କ ଯନ୍ତ୍ରଣାକୁ ଉପଶମ କରିପାରିବି । ମାତ୍ର ଏକଣ ହେଲା । ମଣିଷ କଣ ଏତେ ଯନ୍ତ୍ରଣା ପାଏ? ଅସହ୍ୟ ହେଉଛି । ମାଆ ମୋ ପେଟ ଭିତରେ ଖୁବ୍ ଯନ୍ତ୍ରଣା ହେଉଛି । ମାଆ ଡାକ୍ତରଙ୍କୁ କହିଦେବ ସେ ଆଉ ପେଟରେ କଟାକଟି କିଛି କରିବେନି । ଆଖି ବନ୍ଦ କଲେ ବି ସେହି ୬ ଜଣ ନରପିଶାଚ ମୋତେ ଝୁଣି ଖାଉଥିବାର ଦେଖାଯାଉଛି । ମାଆ ଖୁବ ଯନ୍ତ୍ରଣା ।

ମୁଁ ନିଃଶ୍ୱାସ ବି ଠିକ୍ ସେ ନେଇପାରୁନି ଲୋ । ମୋତେ ସେମାନେ ଖିନ୍ ଭିନ୍ କରିଦେଇଛନ୍ତି । ମୋତେ ଖୁବ ଭୟ ଲାଗୁଛି ମାଆ । ମାଆ ମୋତେ ଛାଡ଼ିକି ଯାଅନି । ମୁଁ ସେହି ପଶୁମାନଙ୍କୁ ସଜ୍ଜା ଦେବାକୁ ଚାହୁଁଛି । ସେହି ନରପିଶାଚ ମାନଙ୍କୁ କେବେ ବି ଛାଡ଼ିଦେବୁନି ।
ସେମାନଙ୍କୁ କେବେବି କ୍ଷମା ଦେବାକଥା ନୁହେଁ । ମୋତେ ଓ ମୋ ସାଙ୍ଗକୁ ମାରି ମାରି ଅଧା ନଙ୍ଗଳା କରି ବସରୁ ଫିଙ୍ଗି ଦେଲେ ସେମାନେ!
Comments are closed.