ଭୁବନେଶ୍ୱର: ଘରୁ ଗାଡି କାଢ଼ିଲେ ହେବ ସିଜ୍ । ଏଭଳି କଡା ଚେତାବନୀ ଦେଇଛନ୍ତି ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୁରା ଓଡ଼ିଶାକୁ ଲକ ଡାଉନ୍ ଘୋଷଣା କରିଛନ୍ତି । କେହି ଘରୁ ବାହାରକୁ ନ ବାହାରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ ଏହାରି ଭିତରେ କେତେକ ଲୋକେ ନିୟମ ଅବମାନନା କରି ଘରୁ ବାହାରକୁ ଯାଉଛନ୍ତି । ଆଉ କେହି କେହି ତ ଗାଡି ଧରି ସହର ସାରା ବୁଲୁଥିବା ଦେଖିବାକୁ ମିଳିଛି ।
ଏହାକୁ ନଜରରେ ରଖି ପରିବହନ ମନ୍ତ୍ରୀ କଡା ପଦକ୍ଷେପ ନେଇଛନ୍ତି । ସେ କହିଛନ୍ତି ଯେ, କରୋନା କଟକଣା ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୌଣସି ବାହାନା କରି ଗାଡି ବାହାରକୁ କାଢ଼ିଲେ ଆଦୌ ବରଦାସ୍ତ କରାଯିବ ନାହିଁ । ଆବଶ୍ୟକ ପଡିଲେ ଗାଡି ସିଜ୍ କରାଯିବ । ଲୋକେ ଯଦି ସଚେତନ ହେବେ ତେବେ କରୋନାକୁ ରୋକା ଯାଇପାରିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
BREAKING NEWS
- Stray dogs: ନବଜାତ ଶିଶୁକୁ ରାସ୍ତାକଡ଼ରେ ଛାଡ଼ିଗଲେ ବାପା-ମା, ବୁଲା କୁକୁର ଦେଲେ ସୁରକ୍ଷା
- ପ୍ରଥମ ଥର ପାଇଁ ଦ୍ରୁତ ଗତିରେ ହ୍ରାସ ପାଇଲା ଭାରତୀୟ ମୁଦ୍ରାର ମୂଲ୍ୟ, ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା
- ଭାରତର ସବୁଠୁ ମହଙ୍ଗା ହୋଟେଲରେ କେତେ ଆସିବ ବିବାହ ଖର୍ଚ୍ଚ ? ଜାଣନ୍ତୁ ଭୋଜିଠୁ ଡେକୋରେସନ ଯାଏ…
- ଫୋନ ହଜିଯାଇଥିଲେ ଗୋଟିଏ ସେକେଣ୍ଟରେ ହେବ ବ୍ଲକ୍ ! Sanchar Saathiର ଏହି ୫ ଫିଚର୍ସ ଚୋର ପାଇଁ ବିପଦ
- Cold Storage: ରାଜ୍ୟରେ ଶୀତଳଭଣ୍ଡାର ପର୍ଯ୍ୟାପ୍ତ ଥିଲେ ଏବେ ଆଳୁ ସଙ୍କଟ ଉପୁଜି ନଥାନ୍ତା: ମନ୍ତ୍ରୀ
- ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
- Imran khan update : ଇମ୍ରାନଙ୍କୁ ଭେଟିଲେ ଭଉଣୀ, ଇମ୍ରାନ କହିଲେ ‘ମାରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର’…
- ଗୋଟିଏ ଘଣ୍ଟା ଭଡ଼ାରେ ନେବାକୁ ଚାହୁଁଛନ୍ତି ହେଲିକପ୍ଟର ? ଜାଣନ୍ତୁ କେତେ ଟଙ୍କା ଦେବାକୁ ପଡ଼ିବ…
- Bangladeshis Detained: ବାଂଲାଦେଶୀ ସନ୍ଦେହରେ ୮ ଅଟକ, ଯାଞ୍ଚ କରୁଛି ପୋଲିସ
- Puri Temple Closed: ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୫ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ
Comments are closed.