Latest Odisha News

BREAKING NEWS

ସୋମବାରରୁ ବ୍ଲକ ଗ୍ରାଣ୍ଟ ସ୍କୁଲ ଶିକ୍ଷକ ଆନ୍ଦୋଳନ ପଞ୍ଚାୟତସ୍ତରରେ ଆରମ୍ଭ

ଭୁବନେଶ୍ୱର: ଅନ୍ଦୋଳନରତ ବ୍ଳକ ଗ୍ରାଣ୍ଟ ଶିକ୍ଷକମାନେ ସୋମବାରଠାରୁ ପଞ୍ଚାୟତସ୍ତରରେ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ।

“ସୋମବାରଠାରୁ ଆମେ ରାଜ୍ୟର ସମସ୍ତ ପଞ୍ଚାୟତସ୍ତରରେ ବିଭିନ୍ନ ର‌୍ୟାଲି କରି ଆନ୍ଦୋଳନ ଆରମ୍ଭ କରିବୁ । ଛାତ୍ର ଓ ଅଭିଭାବକମାନଙ୍କୁ ଆମେ ଆମର ଦାବି ସମ୍ପର୍କରେ ଅବଗତ କରିବୁ,”ବୋଲି କହିଛନ୍ତି ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସଂଘର ଆବାହକ ଗୋଲକ ନାୟକ ।

ସୂଚନାଯୋଗ୍ୟ, ମହାତ୍ମାଗାନ୍ଧୀ ମାର୍ଗରେ ଆନ୍ଦୋଳନରତ ଶିକ୍ଷକମାନେ ଧାରଣାସ୍ଥଳରେ ଗଣେଶ ପୂଜା ଓ ନୂଆଖାଇ ପର୍ବ ଯଥାକ୍ରମେ ୧୩ ଓ ୧୪ ତାରିଖରେ ପାଳନ କରିଥିଲେ ।

ତେବେ ପାଞ୍ଚ ଦିନ ପୂର୍ବରୁ ବ୍ଲକ ଗ୍ରାଣ୍ଟ ଶିକ୍ଷକମାନେ ମଧ୍ୟ ରାଜ୍ୟର ୩୧୪ଟି ବ୍ଳକରେ ସେମାନଙ୍କର ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.