Latest Odisha News

BREAKING NEWS

କୋଭିଡ-୧୯: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ରେ ସ୍ଥଗିତ

ଭୁବନେଶ୍ୱର: ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା । ଓଡ଼ିଶାରେ ଏଥିରେ ସଂକ୍ରମିତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୨ ରେ ସ୍ଥଗିତ ରହିଛି । ମଙ୍ଗଳବାର ଓଡ଼ିଶାରେ ୧୩୩ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୧୨୯ଟି ନମୁନାର ରିପୋର୍ଟ ହସ୍ତଗତ ହୋଇଥିବା ବେଳେ ୪ଟି ନମୁନାର ରିପୋର୍ଟ ହସ୍ତଗତ ହୋଇନଥିବା ଓଡିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ସୂଚନା ଦେଇଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ୨ଟି ପଜିଟିଭ୍‌ ମାମଲା ରହିଥିବା ବେଳେ ଆଉ କୌଣସି ନୂଆ ପଜିଟିଭ୍‌ଚିହ୍ନଟ ହୋଇନାହିଁ ।

ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଉଭୟ ହସ୍‌ପିଟାଲ୍‌ରେ ଦିଆ ଯାଉଥିବା ଖାଦ୍ୟ ଖାଉଛନ୍ତି ।

ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୫ ଜଣ ଆସିଥିବା ତଥ୍ୟ ମିଳିଛି । ସେମାନଙ୍କ ମଧ୍ୟରୁ ୫୫ ଜଣଙ୍କ ସହ ଯୋଗାଯୋଗ ହୋଇଛି ।

ଭୁବନେଶ୍ୱରରେ ୧୦ଟି ମନଟରିଂ ଟିମ୍‌ ସମେତ ସାରା ରାଜ୍ୟରେ ୧୦୦ଟି ମନିଟରିଂ ଟିମ୍‌ ଏଥିପାଇଁ କାର୍ଯ୍ୟ କରୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ୪୦୧୫ ଜଣ ୧୦୪ ହେଲ୍‌ପ ଲାଇନ୍‌ ଏବଂ ପୋର୍ଟାଲ୍‌ ଜରିଆରେ ପଞ୍ଜୀକରଣ କରିଛନ୍ତି ।

କୋଭିଡ୍‌-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୬ ଜଣଙ୍କୁ ଡାକ୍ତରଖାନାରେ
ଆଇସୋଲେସନ୍‌ରେ ରଖାଯାଇଛି ।

Leave A Reply

Your email address will not be published.