Latest Odisha News

ଶ୍ରେଷ୍ଠ ଗବେଷକ ଭାବେ ସମ୍ବର୍ଦ୍ଧିତ ହେଲେ ସୋଆ ପ୍ରଫେସର

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅର୍ନ୍ତଗତ ଆଇଟିଇଆର କଲେଜର ପ୍ରଫେସର ଦେବାହୁତି ମିଶ୍ରଙ୍କୁ ଇଞ୍ଜିନିୟର୍ସ ଡେ’ ଅବସରରେ ଶ୍ରେଷ୍ଠ ଗବେଷକ ଭାବେ ସମ୍ମାନିତ କରାଯାଇଛି ।

ଏଭର୍ ଗ୍ରୀନ୍ ଫୋରମ୍ ସଂଗଠନ ପକ୍ଷରୁ ଇଞ୍ଜିନିୟର୍ସ ଡେ’ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଫେସର ମିଶ୍ରଙ୍କୁ ସମ୍ମାନିତ କରାଯାଇଛି ।

ପ୍ରଫେସର ମିଶ୍ର ହେଉଛନ୍ତି ଆଇଟିଇଆର କଲେଜର କମ୍ପ୍ୟୁଟର ସାଇନ୍ସ ବିଭାଗ ମୁଖ୍ୟ । ଏହାବ୍ୟତିତ ଗବେଷଣା କ୍ଷେତ୍ରରେ ନିଜର ଉଚ୍ଚକୋଟୀର କାର୍ଯ୍ୟ ପାଇଁ ସେ ଏହି ସମ୍ମାନ ପାଇପାରିଛନ୍ତି ।

ଏହି କାର୍ଯ୍ୟକ୍ରମ ଅବସରରେ ମହିଳା ଓ ଶିଶୁ କଲ୍ୟାଣ, ଏମ୍ଏସ୍ଏମ୍ଇ ଓ ଏସ୍ଏସ୍ଇପିଡି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ସମେତ ବିଏସ୍ଏନ୍ଏଲ୍ର ଜେନେରାଲ ମ୍ୟାନେଜର ଶ୍ରୀ ଏ.କେ. ପହି, ଏନ୍ଆଇଟି ରାଉରକେଲାର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସୁନୀଲ ଷଢ଼ଙ୍ଗୀ ଏବଂ କୋରାପୁଟ ରିଜିଓନାଲ୍ ଚିଫ୍ କନ୍ଜରଭେଟର୍ ଶ୍ରୀ ପି.କେ. ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.