Latest Odisha News

BREAKING NEWS

ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝଡତୋଫାନ ସହ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାଶ୍ୱର୍ବର୍ତ୍ତି ଅଞ୍ଚଳରେରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି । ଫଳରେ ପୂର୍ବ ଓ କେନ୍ଦ୍ର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଏଥିସହିତ ପ୍ରବଳ ବର୍ଷା ଓ ଝଡତୋଫାନର ଆଶଙ୍କା ରହିଥିବା ବେଳେ ପାଖାପାଖି କିଛି ଜିଲ୍ଲାରେ ଆଗାମୀ ୩ରୁ ୪ଦିନ ଯାଏଁ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି ।

ତେବେ ଜିଲ୍ଲାଗୁଡିକ ମଧ୍ୟରେ ଭୁବନେଶ୍ୱର, କଟକ ସମେତ ମାଲକାନଗିରି, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ମୟୁରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ, ନୟାଗଡ, ବୌଦ୍ଧ, ପୁରୀ, ଖୋର୍ଦ୍ଧା ରହିଛି ।

ଅନ୍ୟପକ୍ଷରେ ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବି ମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି ।

Leave A Reply

Your email address will not be published.