Latest Odisha News

BREAKING NEWS

କରୋନା ସହ ଲଢେଇ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କଲେ ଓସିଏ ସଭାପତି

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ସଭାପତି ତଥା ଏମଜିଏମ ମିନେରାଲ୍ସ ଲିମିଟେଡ଼ର ଚେୟାରମ୍ୟାନ ପଙ୍କଜଲୋଚନ ମହାନ୍ତି ମରଣାନ୍ତକ କରୋନା ଭୂତାଣୁ ବିରୋଧରେ ଓଡ଼ିଶାର ଲଢେଇ ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି ।

ଯୁଦ୍ଧକାଳୀନ ଭିତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଘାତକ କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି ରଖିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ସେ ଆରଟିଜିଏସ ମାଧ୍ୟମରେ ସିଏମଆରଏଫ ଆକାଉଣ୍ଟରେ ସହଯୋଗ ରାଶି ପଠାଇଥିବା କମ୍ପାନୀ ସୂତ୍ରରୁ ଜଣାପଡ଼ିଛି ।

ଏଠାରେ ସୂଚନାଯୋଗ୍ୟ, ବୁଧବାର ଦିନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ୫୦ ଲକ୍ଷ ଟଙ୍କା ମୂଲ୍ୟର ଚାଉଳ ପ୍ରଦାନ କରିଛନ୍ତି । ସେହିପରି ଭାବେ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ ୨୫ ଲକ୍ଷ ଟଙ୍କା ଏବଂ ସଭାପତି ଅଭିଷେକ ଡାଲମିଆ ୫ ଲକ୍ଷ ଟଙ୍କା ପଶ୍ଚିମବଙ୍ଗ ସରକାରକୁ କରୋନା ବିରୋଧରେ ଲଢେଇ ଲାଗି ସହଯୋଗ ରାଶି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.