Latest Odisha News

ଭାରତ ଲକଡାଉନ: ନିଜକୁ ତାଲା ପକାଇବାକୁ ବାଲୁକା ଶିଳ୍ପରେ ସୁଦର୍ଶନ ପଟ୍ଟନାୟକଙ୍କ ବାର୍ତ୍ତା

ପୁରୀ: ସମ୍ଭବ୍ୟ କରୋନା ଭୂତାଣୁର ସଂକ୍ରମଣରେ ଅଙ୍କୁଶ ଲଗାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରାଦେଶକୁ ୨୧ ଦିନ ଯାଏଁ ଲକଡାଉନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଭୂତାଣୁକୁ ମୁକାବିଲା କରିବା ନିମନ୍ତେ ଏହାର ସଂସ୍ପର୍ଶରେ ନଆସିବା ନିମନ୍ତେ ସରକାର ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଲକଡାଉନ ଫଳରେ ସାମାଜିକ ଦୂରତା ଓ ସଙ୍ଗରୋଧ ହେବ । ଯାହା ନିଶ୍ଚିତ ପକ୍ଷେ ଫଳପ୍ରଦ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ତେବେ ଏହା ସତ୍ତ୍ୱେ ମଧ୍ୟ ଲୋକେ ଏହାକୁ ନାମାନି ରାସ୍ତା ଘାଟରେ ଚଳପ୍ରଚଳ କରୁଥିବାର ନଜର ଆସୁଛନ୍ତି ।


ତେବେ ଏହି ପରିପ୍ରେକ୍ଷୀରେ ସୁନାମଧନ୍ୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି । ଘରେ ନିଜକୁ ତାଲା ପକାଇ ଜୀବନ ରକ୍ଷା କରିବାକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.