Latest Odisha News

BREAKING NEWS

ପ୍ରବଳରୁ ଅତି ପ୍ରବଳ ବର୍ଷା: ୨୦ ଓ ୨୧ରେ ପୁଣି ବର୍ଷିବ

ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାଶ୍ୱର୍ବର୍ତ୍ତି ଅଞ୍ଚଳରେରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି । ଫଳରେ ପୂର୍ବ ଓ କେନ୍ଦ୍ର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଆଗାମୀ ୨ ଦିନ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଏଥିସହିତ ପ୍ରବଳ ବର୍ଷା ଓ ଝଡତୋଫାନର ଆଶଙ୍କା ରହିଥିବା ବେଳେ ପାଖାପାଖି କିଛି ଜିଲ୍ଲାରେ ଆଗାମୀ ୨୦ ଓ ୨୧ ତାରିଖରେ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।

ତେବେ ଜିଲ୍ଲାଗୁଡିକ ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ନୂଆପଡା ଓ ନବରଙ୍ଗପୁର ଆଦି ରହିଛି ।

ଅନ୍ୟପକ୍ଷରେ ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବି ମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି ।

Leave A Reply

Your email address will not be published.