ଭୁବନେଶ୍ୱର: ଗୁଜରାଟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାମହାରୀ କରୋନା ସମୟରେ ଗୁଜରାଟରେ ଅନେକ ଓଡ଼ିଅ ଫସି ରହିଛି । ସେଥିପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କ ଖାଇବା ପିଇବା ତଥା ସୁରକ୍ଷା ନେଇ ରୂପାନଙ୍କ ସହ କଥା ହୋଇଛନ୍ତି ।
ଗୁଜୁରାଟର ସୁରତ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଓଡ଼ିଆ ଶ୍ରମିକମାନେ ଥିବା ଓ ଲକ୍ ଡାଉନ୍ ସମୟରେ ଅନେକ ସମସ୍ୟାର ସାମ୍ନା କରୁଥିବା ସମ୍ପର୍କରେ ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲି ।
— Dharmendra Pradhan (@dpradhanbjp) March 31, 2020
ଶ୍ରୀଯୁକ୍ତ ରୂପାନୀ ଏହି ପ୍ରବାସୀ ଶ୍ରମିକ ମାନଙ୍କର ରହିବା, ଖାଇବା, ସାମାଜିକ ଦୂରତ୍ୱ ସହ ସ୍ୱାସ୍ଥ୍ୟ କଥା ଚିନ୍ତା କରିବା ନେଇ ରାଜ୍ୟର ପ୍ରଶାସନକୁ ନିର୍ଦ୍ଦେଶ ସମ୍ପର୍କରେ ସୂଚନା ଦେଲେ ।
— Dharmendra Pradhan (@dpradhanbjp) March 31, 2020
ଏନେଇ ଧର୍ମେନ୍ଦ୍ର ପ୍ରଧାନ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଗୁଜରାଟରେ ଥିବା ଓଡ଼ିଆ ଶ୍ରମିକଙ୍କ ମାମଲାରେ ଗୁଜରାଟ ସରକାରଙ୍କ ସହ ଓଡ଼ିଶା ସରକାର ଯୋଗସୂତ୍ର ରକ୍ଷା କରିଥିବା ସୂଚନା ଦେଇଛନ୍ତି ରୂପାନୀ । ଏଥିସହ ଓଡ଼ିଆମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତି ମଧ୍ୟ ଦେଇଛନ୍ତି ବୋଲି ଧର୍ମେନ୍ଦ୍ର ଟ୍ୱିଟ କରି ଜଣାଇଛନ୍ତି ।
Comments are closed.