Latest Odisha News

BREAKING NEWS

ଉତ୍ତରପ୍ରଦେଶ ତବଲିଗି ଜମାତ ଡାକ୍ତରୀ ସେବାରେ ମହିଳା କର୍ମଚାରୀ ନିୟୋଜିତ ହେବେ ନାହିଁ

ଗାଜିଆବାଦ:ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତବଲିଗି ଜମାତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ତବଲିଗି ଜମାତ ସଦସ୍ୟମାନଙ୍କ ଡାକ୍ତରୀ ସେବା ଓ ନିରାପତ୍ତା ସେବା ଯୋଗାଣରେ କୌଣସି ମହିଳା କର୍ମଚାରୀ ନିୟୋଜିତ ହେବେ ନାହିଁ । ଗାଜିଆବାଦର ଏମଏମଜି ଡିଷ୍ଟ୍ରିକ୍ଟ ହସପିଟାଲର ଆଇସୋଲେସନ୍ ୱାର୍ଡରେ ଥିବା ଏହି ସଦସ୍ୟମାନେ ଷ୍ଟାଫ୍ ନର୍ସମାନଙ୍କ ସହ ଦୁର୍ବ୍ୟବହାର କରିଥିଲେ ।

ପୁରୁଷ ସ୍ୱାସ୍ଥ୍ୟକର୍ମୀ ଏବଂ ପୁଲିସ ସେମାନଙ୍କର ତତ୍ତ୍ୱାବଧାନ କରିବେ । ଏହାଛଡ଼ା ଯେଉଁ ତବଲିଗି ଜମାତ ସଦସ୍ୟମାନେ ଗାଜିଆବାଦ ଡାକ୍ତରଖାନାରେ ମହିଳା ନର୍ସମାନଙ୍କ ସହ ଦୁର୍ବ୍ୟବହାର କରିଛନ୍ତି ସେମାନଙ୍କୁ ଜାତୀୟ ନିରାପତ୍ତା ଆଇନରେ ବୁକ୍ କରିବାକୁ ଯୋଗୀ ଆଦିତ୍ୟନାଥ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏକ ବିବୃତିରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ସେମାନେ ମାନବଜାତିର ଶତ୍ରୁ ।

Leave A Reply

Your email address will not be published.