Latest Odisha News

କରୋନା ମହାପ୍ରଭାବ; ଫିଫା (U-17) ମହିଳା ଫୁଟବଲ୍ ବିଶ୍ୱକପ୍ ସ୍ଥଗିତ !

ଭୁବନେଶ୍ୱର: ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବନି ଅଣ୍ଡର-୧୭ ଫିଫା ମହିଳା ବିଶ୍ୱକପ ପ୍ରତିଯୋଗୀତା । ଶନିବାର ଦିନ ଫିଫାର ବିଶ୍ୱ ପରିଚାଳନା କମିଟି ଏହି ପ୍ରତିଯୋଗୀତାକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି ।

ଚଳିତ ବର୍ଷ ନଭେମ୍ବରରେ ଭୁବନେଶ୍ୱର ସମେତ ଭାରତର ଅନ୍ୟ ଚାରିଟି ଭେନ୍ୟୁରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥାନ୍ତା । ପୁଣିଥରେ ରାଜଧାନୀ ଭୁବନେଶ୍ୱର ଆୟୋଜନ କରିଥାନ୍ତା ବିଶ୍ୱସ୍ତରୀୟ ପ୍ରତିଯୋଗୀତା ।

ହେଲେ କରୋନା ମହାମାରୀ ଯୋଗୁଁ ବିଶ୍ୱକପ ପ୍ରତିଯୋଗୀତାକୁ ସ୍ଥଗିତ ରଖାଯାଇଥିବାବେଳେ ଓଡିଶାର ଫୁଟବଲ୍ ପ୍ରେମୀଙ୍କୁ ଆଉ କିଛି ମାସ ଅପେକ୍ଷା କରିବାକୁ ପଡିବ ।

ଭୁବନେଶ୍ୱର ସମେତ କୋଲକାତା, ଗୌହାଟି, ଅହମଦାବାଦ ଓ ନବି ମୁମ୍ବାଇରେ ଏହି ଆକର୍ଷଣୀୟ ଫୁଟବଲ୍ ବିଶ୍ୱକପ୍ ନଭେମ୍ବରରେ ଆୟୋଜିତ ହୋଇଥାନ୍ତା । ତେବେ ଏହି ପ୍ରତିଯୋଗୀତାର ନୂଆ ତାରିଖ ଆଗାମୀ ଦିନରେ ଫିଫା ପ୍ରକାଶ କରିବ ।

Leave A Reply

Your email address will not be published.