ରାଜସ୍ଥାନ: ଯାଂଚ ଘେରରେ ରାଜସ୍ଥାନର ଭରତପୁର ସରକାରୀ ହସ୍ପିଟାଲ । ଗର୍ଭବତୀ ମହିଳା ଜଣକ ମୁସଲମାନ ହୋଇଥିବାରୁ ତାଙ୍କୁ ଭର୍ତ୍ତି କରିବା ବଦଳରେ ହସ୍ପିଟାଲ କର୍ମଚାରୀ ବାରଣ କରିଥିଲେ ।
Rajasthan: A pregnant woman was allegedly denied admission into Janana Hospital, Bharatpur citing her religion.Her husband says,”hospital staff referred us to a hospital in Jaipur as we are Muslims.We didn’t even cross Bharatpur, she delivered the child on the way&the baby died” pic.twitter.com/bv3oLsEbCM
— ANI (@ANI) April 5, 2020
ନ୍ୟୁଜ ଏଜେନ୍ସି ANI ରିପୋର୍ଟ ଅନୁସାରେ ମହିଳା ଜଣଙ୍କ ମୁସଲମାନ ହୋଇଥିବାରୁ ତାଙ୍କୁ ଜୟପୁର ହସ୍ପିଟାଲକୁ ରେଫର୍ କରାଯାଇଥିଲା । ହେଲେ ରାସ୍ତାରେ ହିଁ ଆମ୍ବୁଲାନ୍ସରେ ନବଜନ୍ମିତ ଶିଶୁଟିର ମୃତ୍ୟୁ ହୋଇଥିଲା । ବିବାଦ ବଢିବା ପରେ ଭରତପୁର ଜିଲ୍ଲା ପ୍ରଶାସନ ଏକ ଯାଂଚ କମିଟି ଗଠନ କରି ମହିଳାଙ୍କୁ ଏକ ଜନନୀ ହସ୍ପିଟାଲରେ ଭର୍ତ୍ତି କରିଛି ।
भरतपुर के जनाना अस्पताल में एक मुस्लिम गर्भवती महिला का इलाज करने से मना करते हुए डॉक्टर द्वारा कहा गया कि आप मुस्लिम हैं जयपुर जाकर इलाज करवायें। इस दौरान अस्पताल के कॉरिडोर में प्रसव के दौरान बच्चे ने दम तोड़ दिया। ये बेहद शर्मनाक घटना है…1/2 pic.twitter.com/4UzAZsqlM9
— Vishvendra Singh Bharatpur (@vishvendrabtp) April 4, 2020
ଏହି ଘଟଣା ପରେ ରାଜସ୍ଥାନ ମନ୍ତ୍ରୀ ବିଶ୍ୱେନ୍ଦ୍ର ସିଂ ଭରତପୁର ସରକାରୀ ହସ୍ପିଟାଲର ଓବିଏସ୍ ଓ ଗାଇନିକ୍ ବିଭାଗର ମୁଖ୍ୟଙ୍କ ଉପରେ ବର୍ଷିଛନ୍ତି । ସମସ୍ତ ମାମଲାକୁ ସେ ଏକ ଭିଡିଓ ଜରିଆରେ ଟୁଇଟ୍ କରିଛନ୍ତି ।
ଅନ୍ୟପଟେ AIMIM ମୁଖ୍ୟ ଅସଦଉଦ୍ଦିନ ଓୱେସି ମଧ୍ୟ ଟୁଇଟ୍ ଜରିଆରେ ମୁସଲମାନଙ୍କ ପ୍ରତି ଅନ୍ୟାୟ ହେଉଥିବା କ୍ଷୋଭ ପ୍ରକାଶ କରିଛନ୍ତି ।
ତବଲିଗି ଜମାତ୍ ସମଗ୍ର ଦେଶକୁ ବିପଦରେ ପକାଇଥିବାବେଳେ ଏହାର ପ୍ରଭାବ ଅନ୍ୟ ମୁୁସଲମାନଙ୍କ ଉପରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।
Comments are closed.