Latest Odisha News

କରୋନା ଅପଡେଟ୍‌; ଭାରତ ମର୍କଜରୁ ଦକ୍ଷିଣ ଆଫ୍ରିକା କବରିସ୍ତାନ୍ !

ଦକ୍ଷିଣ ଆଫ୍ରିକା: ନିଜାମୁଦ୍ଦିନ ମର୍କଜରେ ଯୋଗଦେଇଥିଲେ ଦକ୍ଷିଣ ଆଫ୍ରିକୀୟ ମୌଲାନା ୟୁସୁଫ୍ ଟୁଟଲା । ତେବେ ଭାରତରୁ ଦକ୍ଷିଣ ଆଫ୍ରିକା ଫେରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ଶେଷର ତାଙ୍କ ଜୀବନ ଉପରେ କରୋନା ବିଜୟ ଲାଭ କରିଛି ।

୮୦ ବର୍ଷୀୟ ମୌଲାନା ଟୁଟ୍‌ଲା ଇଣ୍ଡୋନେସିଆ, ମାଲେସିୟା, ଥାଇଲ୍ୟାଣ୍ଡ, ବଙ୍ଗଳାଦେଶ, ଶ୍ରୀଲଙ୍କା, କିର୍ଗିଜସ୍ତାନ ଓ ସାଉଥ ଆଫ୍ରିକାରୁ ଆସିଥିବା ବିଦେଶୀଙ୍କ ମଧ୍ୟରେ ସାମିଲ ହୋଇ ମାର୍ଚ୍ଚ ୧ରୁ ୧୫ ଯାଏଁ ତବଲିଗି ଜମାତ୍ ମଣ୍ଡଳୀରେ ଯୋଗଦେଇଥିଲେ ।

ନିଜାମୁଦ୍ଦିନ ମର୍କଜ ସାରା ଦେଶରେ ଲୋକଙ୍କ ମନରେ ସୃଷ୍ଟି କରିଛି କୋକୁଆ ଭୟ । ବିଭିନ୍ନ ରାଜ୍ୟ ଓ ଦେଶରୁ ଏହି ମର୍କଜରେ ସାମିଲ ହୋଇଥିବା ଲୋକଙ୍କୁ ଏ ପର୍ଯ୍ୟନ୍ତ ଖୋଜା ଚାଲିଛି ।

ସାଉଥ୍ ଆଫ୍ରିକା ବ୍ରେକିଂ ନ୍ୟୁଜ ଅନୁଯାୟୀ କରୋନା ଭୂତାଣୁରେ ସଂକ୍ରମିତ ହୋଇ ମୌଲାନା ଟୁଟ୍‌ଲାଙ୍କର ମୃତ୍ୟୁ ଘଟିଛି । ଘରକୁ ଫେରିବା ପୂର୍ବରୁ ତାଙ୍କ ନିକଟରେ ଫ୍ଲୁ ର ଲକ୍ଷଣ ଥିଲା । ପରେ ତାଙ୍କର କରୋନାଭାଇରସ୍ ଥିବା ନେଇ ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିଲା । ଚିକିତ୍ସାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିଲା । ହେଲେ ହଠାତ୍ ସେ ଅସୁସ୍ଥ ଅନୁଭବ କରିବା ସହ ମଙ୍ଗଳବାର ଦିନ ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.