Latest Odisha News

BREAKING NEWS

ପୁରୀରେ ଲକଡାଉନର ପ୍ରଭାବ…

ପୁରୀ: କରୋନାଭାଇରସ ମୁକାବିଲା ପାଇଁ ପୁରା ଓଡ଼ିଶାରେ ଲକଡାଉନ ଜାରି ରହିଛି। ଯାହାଫଳରେ ଗତ ମାର୍ଚ୍ଚ ୨୦ ତାରିଖରୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

ଏହି ଲକ୍‌ଡାଉନ୍ ଯୋଗୁଁ  ପୁରୀ ବଡ଼ଦାଣ୍ଡ ଏକପ୍ରକାର ଖାଁ ଖାଁ ଲାଗୁଛି ।

ପୁରୀ ବେଳାଭୂମୀ ନିକଟସ୍ଥ ବଜାର ଦୋକାନ ବନ୍ଦ ରହୁଥିବା ଯୋଗୁଁ ସବୁବେଳେ ଲୋକାରଣ୍ୟ ରହୁଥିବା ବେଳାଭୂମି ଏବେ ସମ୍ପୂର୍ଣ୍ଣ ନିଛାଟିଆ ହୋଇପଡିଛି।

ସେହିପରି ପୁରୀ ସହରର ବିଭିନ୍ନ ଛକ ଜାଗାଗୁଡ଼ିକୁ ମଧ୍ୟ ପୋଲିସ ପକ୍ଷରୁ ବନ୍ଦ କରାଯାଇଥିବା ନେଇ ସୂଚନା ମିଳିଛି।

Comments are closed.