Latest Odisha News

ଉହାନରୁ ହଟିଲା ଲକ୍ ଡାଉନ୍

ନୂଆଦିଲ୍ଲୀ: ସାରା ବିଶ୍ୱକୁ କରୋନା ଭଳି ଏକ ମହାମାରୀରେ ବୁଡ଼େଇ ଦେଇ ଏବେ ଖୁସି ପାଳନ କରୁଛି ଚୀନ । ମହାମାରୀ କରୋନା ଭୂତାଣୁର ଉତ୍ପତିସ୍ଥଳ ଚୀନର ଉହାନ ସହର ଏବେ ବିପଦମୁକ୍ତ।

କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ଥିବା ଉହାନ ସହରରୁ ୭୬ ଦିନ ପରେ ଉଠିଛି ଲକଡାଉନ। ଲକଡାଉନ ଉଠିବା ଫଳରେ ବାହାରକୁ ବାହାରିଛନ୍ତି ଉହାନ ସହରବାସୀ ।

ଚୀନର ସରକାରୀ ତଥ୍ୟ ଅନୁଯାୟୀ ଏଠାରେ ୮୨ ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସାଢ଼େ ୩ ହଜାର ଲୋକ ମୃତ୍ୟ ମୁଖରେ ପଡିଛନ୍ତି ।

କରୋନା ପ୍ରଭାବରେ ଭାରତ ସମେତ ବିଶ୍ୱରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦୦ ଟପିଛି ।

Leave A Reply

Your email address will not be published.