Latest Odisha News

BREAKING NEWS

ଏପ୍ରିଲ ୩୦ ଯାଏଁ ଟ୍ରେନ୍ ଓ ବିମାନ ସେବା ବନ୍ଦ ରଖିବାକୁ କେନ୍ଦ୍ରକୁ ସୁପାରିଶ

ଭୁବନେଶ୍ୱର: ଏପ୍ରିଲ ୩୦ ଯାଏଁ ଟ୍ରେନ୍ ଓ ବିମାନ ସେବା ବନ୍ଦ ରଖାଯାଉ । ଏନେଇ କେନ୍ଦ୍ରକୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୦ ଯାଏଁ ଲକଡାଉନ୍ ଅବଧି ବଢ଼ାଇବା ସହ ଟ୍ରେନ୍ ଓ ବିମାନ ସେବାକୁ ବନ୍ଦ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ।
ମଣିଷ ଜୀବନ ଓ ଅର୍ଥନୀତି ମଧ୍ୟରେ ମଣିଷ ଜୀବନକୁ ରାଜ୍ୟ କ୍ୟାବିନେଟ ଅଧିକ ଗୁରୁତ୍ୱ ଦେଇଛି ବୋଲି ନବୀନ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି । ଭିଡିଓ ବାର୍ତ୍ତାରେ ନବୀନ ଆମେରିକାର ଉଦାହରଣ ଦେଇ କହିଛନ୍ତି ଆମେରିକାରେ ୩ ହଜାରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷକୁ ବଢିଗଲା । ୯/୧୧ ଭଳି ଘଟଣାରେ ଏତେ ସଂଖ୍ୟାର ଲୋକଙ୍କ ମୃତ୍ୟୁ ହୋଇନଥିଲା ବୋଲି ନବୀନ କହିଛନ୍ତି । କିନ୍ତୁ ସେଠାରେ ସବୁ ସ୍ଥାନରେ ଲକଡାଉନ କରାଯାଇନଥିଲା । ନବୀନ ତାଙ୍କ ଭିଡିଓ ବାର୍ତାରେ କହିଛନ୍ତି, ଏହି ଶତାଦ୍ଦୀରେ ସମଗ୍ର ମାନବ ଜାତି ପାଇଁ କରୋନା ବଡ ଶତ୍ରୁ ହୋଇ ଉଭା ହୋଇଛି । ତେଣୁ ସାହାସର ସହ ମୁକାବିଲା ପାଇଁ ନବୀନ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.