ଗୁଜୁରାଟ: କରୋନା ମୁକାବିଳା ପାଇଁ ଏପ୍ରିଲ ୧୪ ଯାଏଁ ସାରା ଦେଶରେ ତଲା ବନ୍ଦ ଜରି ରହିଛି । ଏହାରି ଭିତରେ ଗୁଜୁରାଟ ସୁରଟରେ ହଜାର ହଜାର ଶ୍ରମିକ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ସୁରଟରେ ହୀରାନଗରୀ ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ଏଠାରେ ଶ୍ରମିକମାନେ ଘରକୁ ଫେରିବା ପାଇଁ ଦାବି କରିଛନ୍ତି । ଏପରିକି ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛି। ଶ୍ରମିକ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । କେବଳ ସେତିକି ନୁହେଁ ଶ୍ରମିକମାନେ ଜଳାପୋଡା ମଧ୍ୟ କରିଛନ୍ତି । ଫଳରେ ବାଧ୍ୟ ହୋଇ ପୋଲିସ ଅନେକ ଶ୍ରମିକଙ୍କୁ ଗିରଫ କରିଛି । ଏହାପରେ ମାମଲା ଥଣ୍ଡା ପଡିଛି ।
ସୂଚନା ଅନୁସାରେ ଲକଡାଉନ୍ ଯୋଗୁଁ ସୁରତରେ ଅଟକି ରହିଥିବା ଶହ ଶହ ପ୍ରବାସୀ ଶ୍ରମଜୀବୀ ଶୁକ୍ରବାର ରାତିରେ ଲକସାନା ଅଞ୍ଚଳରେ କେତେକ ଠେଲାଗାଡ଼ି ଏବଂ ପୁରୁଣା ଟାୟାର ପୋଡ଼ାପୋଡ଼ି କରିଥିଲେ। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ବହୁସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଏହାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି ।
BREAKING NEWS
- ବାଂଲାଦେଶକୁ ଧୋକା ଦେଲା ଚୀନ୍ : ଚାଇନା ନିର୍ମିତ ଟ୍ୟାଙ୍କ ବିସ୍ଫୋରଣରେ ୨ ଯବାନ ସହିଦ
- ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀଙ୍କ ଆହ୍ୱାନ
- ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ କରାଯାଇଥିବା ରିପୋର୍ଟକୁ ଖଣ୍ଡନ କଲା ECI
- ବଙ୍ଗରେ ତେଜୁଛି ‘ଆମିଷ’ ବିବାଦ: ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ରାଜ୍ୟ ବିଜେପି ମୁଖ୍ୟଙ୍କ ନିଶାନା, କହିଲେ-‘ବଙ୍ଗାଳୀମାନେ ମାଛ ଓ ମାଂସ ଖାଇବେ’
- Red Fort blast:NIAର ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ଖୁଲାସା;ଲାଲକିଲ୍ଲା ବିସ୍ଫୋରଣ ମାମଲାର ଏହି ୩ଟି ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…
- MMDR ଆଇନ ଓଡ଼ିଶା ସ୍ୱାର୍ଥ ବିରୋଧୀ କହି ଗର୍ଜିଲା ବିଜେଡି, ବିଜେପି କହିଲା ବିଜେଡି ଭୟ ସୃଷ୍ଟି କରୁଛି
- ରୁଟ ସୃଷ୍ଟି କଲେ ନୂଆ ଇତିହାସ: ପଛରେ ପଡ଼ିଲେ ପଣ୍ଟିଂ, ୱ
- ଓଡ଼ିଶାର ଆର୍ଥିକ ସ୍ୱାଧୀନତା ଉପରେ କୁଠାରଘାତ: ଏମଏମଡିଆର୍ ଆଇନ ବିରୋଧରେ ରାଜଭବନରେ ଫେରାଦ ହେଲା ବିଜେଡି
- ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଅକ୍ଟୋବର ୧ ମଧ୍ୟରେ ବିଦ୍ୟାଭାରତୀଙ୍କୁ ତଳ କୋର୍ଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
- ଭୁବନେଶ୍ୱରରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ: କାର୍ରୁ ୫୨୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

Comments are closed.