ନୂଆଦିଲ୍ଲୀ: ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି ମହାମାରୀ କରୋନା । ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ପୁରା ଦେଶକୁ ୨୧ ଦିନିଆ ଲକଡାଉନ୍ କରିଛନ୍ତି । ଯଦି ଏହି ଲକଡାଉନ୍ ହୋଇନଥାନ୍ତା ତେବେ ଏହାର ସ୍ଥିତି କେତେ ଯେ ଭୟାବହ ହୋଇଥାନ୍ତା ସେ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।
କୋଭିଡ-୧୯କୁ ହରାଇବାକୁ ହେଲେ ଲକଡାଉନ୍ ଓ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ଥିଲା । ଦେଶବ୍ୟାପୀ ଲକଡାଉନ୍ ଲାଗୁ ସହ ଅନ୍ୟ ପଦକ୍ଷେପ ନିଆଯାଇ ନଥିଲେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇ ସାରିଥାନ୍ତେ ବୋଲି ଲବ ଅଗ୍ରୱାଲ କହିଛନ୍ତି ।
କୋଭିଡ୍-୧୯ ସହ ମୁକାବିଲା ପାଇଁ ଦେଶରେ ୫୮୬ଟି କୋଭିଡ୍-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଛି । ୧ ଲକ୍ଷ ଆଇସୋଲେସନ୍ ବେଡ୍ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । ଏହାସହ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ସୂଚନା ଦେଇଛନ୍ତି ।
BREAKING NEWS
- ପ୍ଲେ ଅଫ ପ୍ରବେଶ ପାଇଁ ଆରସିବିକୁ ଚେନ୍ନାଇ ସ୍କୋର ୨୦୦ ରନ ତଳେ ରଖିବାକୁ ପଡିବ
- ୨୦୧୮ରୁ୨୨ ମଧ୍ୟରେ କୁଆଡେ ଗଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଗଛ
- ଅତ୍ୟଧିକ ଚାପରେ ରହୁଥିବା ମହିଳାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି
- ସବୁଠାରୁ ଭୟଙ୍କର ଏହି ଆଇଲ୍ୟାଣ୍ଡ, ଗଲେ ହେବ ନିଶ୍ଚୟ ମୃତ୍ୟୁ
- ବିଜେଡି ଘେରିବା ପରେ ରାଜ୍ୟ ବିଜେପି ମୈଦାନକୁ ଛାଡିଲାକି ମୁଖ୍ୟମନ୍ତ୍ରୀ ଚେହେରା?
- ନିଶା ଦ୍ରବ୍ୟ ବିରୁଦ୍ଧରେ ଇସିଆଇର ଅଭିଯାନ; ଜବତର ହୋଇଛି ୪୫% ନିଶା ଦ୍ରବ୍ୟ
- ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା ଆଡଭାନୀ, ମୁରଲୀ, ମନମୋହନ ସିଂହ ଓ ଅନସାରୀ
- ଜାଲ୍ ନୋଟ୍ କାରବାର କରି ଲିଙ୍ଗରାଜ ବେହେରା ସଶ୍ରମ କାରାଦଣ୍ଡରେ ଦଣ୍ଡିତ
- ନେତାଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ, ଛାଟ ମାରିଲା କମିଶନରେଟ ପୋଲିସ
- କଡ ଲେଉଟାଉଛି କରୋନା, ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି