Latest Odisha News

BREAKING NEWS

କରୋନା ପାଇଁ ଫିକା ପଡିଲା ଝାମୁଯାତ୍ରା

ଭୁବନେଶ୍ୱର: ଆଜି ମହା ବିଷୁବ ସଂକ୍ରାନ୍ତି। ଏହି ବିଶିଷ୍ଟ ପର୍ବ ମାଧ୍ୟମରେ ଓଡ଼ିଶାର ସାମାଜିକ ତଥା ଆଧ୍ୟାତ୍ମିକ ଭିତ୍ତିଭୂମି ସୁଦୃଢ଼ ହୋଇଥାଏ।

ଚୈତ୍ର ମାସରେ ଶିବ ଓ କାଳୀଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଦଣ୍ଡଯାତ୍ରା ଆଜି ଉତ୍‌ଯାପିତ ହୁଏ। ବାଲିଦଣ୍ଡ, ଜଳଦଣ୍ଡ ଓ ଅଗ୍ନିଦଣ୍ଡର ମାନସିକ ଧାରୀ ଓ ଦଣ୍ଡୁଆମାନେ ରୌଦ୍ର ତାପକୁ ଭ୍ରୂକ୍ଷେପ ନ କରି ସେମାନଙ୍କ ଇଚ୍ଛାଶକ୍ତି ଓ ଆଧ୍ୟାତ୍ମିକତାର ସାହାସ ଦେଖାଇଥାନ୍ତି।

କାହିଁ କେଉଁ ଆଦିମ କାଳରୁ କାକଟପୁର ମଙ୍ଗଳା, ଝଙ୍କଡ଼ ଶାରଳା, କଟକ ଚଣ୍ଡୀ, ବାଙ୍କୀ ଚର୍ଚ୍ଚିକା, ବ୍ରହ୍ମପୁର ତରତାରିଣୀ, ତାଳଚେର ହିଙ୍ଗୁଳା, ଯାଜପୁର ବିରଜା ଓ ଅନ୍ୟାନ୍ୟ ଶକ୍ତିପୀଠ ଗୁଡ଼ିକରେ ଝାମୁଯାତ୍ରାର ଆୟୋଜନ ହୋଇଆସୁଛି । ଏଥିରେ ଭକ୍ତମାନେ ନିଆଁରେ ଚାଲିବାର ପରମ୍ପରା ରହିଛି।

କିନ୍ତୁ କରୋନା ମୁକାବିଲା ପାଇଁ ମାଆ ସାରଳା ସମେତ ସମସ୍ତ ଦେବୀ ପୀଠରେ କଡ଼ାକଟଣା ମାନ ଜାରି କରାଯାଇଛି । ଆଜିର ଏହିଦିନରେ ଶକ୍ତିପୀଠ ଗୁଡ଼ିକ ଭକ୍ତଙ୍କ ଗହଳିରେ ଉଠୁଥାନ୍ତା, ପଡୁଥାନ୍ତା । କିନ୍ତୁ କରୋନ ଯୋଗୁଁ ଏହା ଫିକା ପଡିଯାଇଛି ।

ମା’ ସାରଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଉପରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ କଟକଣା ଲାଗୁ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରଳାଙ୍କ ମନ୍ଦିର ସମେତ ଜିଲ୍ଲାର ଧର୍ମାନୁଷ୍ଠାନମାନଙ୍କରେ ୧୪୪ ଧାରା ଲାଗୁ କରିଛନ୍ତି।

Leave A Reply

Your email address will not be published.