Latest Odisha News

BREAKING NEWS

ପଣା ସଂକ୍ରାନ୍ତି: କିପରି ପ୍ରସ୍ତୁତ ହୁଏ ବେଲ ପଣା, ଜାଣନ୍ତୁ

ଭୁବନେଶ୍ୱର: ଆଜି ଓଡ଼ିଆ ନବ ବର୍ଷ ବା ପଣା ସଂକ୍ରାନ୍ତି । ଓଡ଼ିଶାର ଲୋକେ ଏହାକୁ ବେଶ୍ ଧୁମଧାମର ସହ ପାଳନ କରନ୍ତି । ଏହିଦିନ ଅଧିକାଂଶ ଓଡ଼ିଆ ଲୋକଙ୍କ ଘରେ ପଣା ପ୍ରସ୍ତୁତ ହୋଇଥାଏ । ପ୍ରାୟତଃ ଲୋକ ବେଲ ପଣା ପ୍ରସ୍ତୁତ କରିଥାନ୍ତି ।

ଆସନ୍ତୁ ଜାଣିବା ପଣା ସଂକ୍ରାନ୍ତିର ସ୍ୱତନ୍ତ୍ର ବେଲ ପଣାର ପ୍ରସ୍ତୁତି ସମ୍ପର୍କରେ…

ଆବଶ୍ୟକୀୟ ସାମଗ୍ରୀ

ଗୋଟିଏ ବେଲ, ୪ଟି ପାଚିଲା କଦଳୀ, ଏକ କପ୍ କଟା ଆମ୍ବ ଖଣ୍ଡ , ଏକ କପ୍ ମହୁ , ଅଧ କପ ଦହି , ୨୦୦ ଗ୍ରାମ୍ ଚିନି ବା ଗୁଡ଼ , ଏକ କପ୍ ଚିପୁଡ଼ା ଛେନା, ୨ଟି ଗୁଜୁରାତି, ଅଳ୍ପ କାଜୁବାଦାମ , ଏକ କପ୍ ନଡ଼ିଆ କୋରା ।

ପ୍ରସ୍ତୁତି ପ୍ରଣାଳୀ: ପଣା ପ୍ରସ୍ତୁତି କରିବା ପାଇଁ ପ୍ରଥମେ ବେଲକୁ ଫଟାଇ ଭଲ ଭାବେ କୋରି ଦିଅନ୍ତୁ । ତା’ପରେ ବେଲ କୋରା, ପାଚିଲା କଦଳୀ, ଆମ୍ବ ଖଣ୍ଡ, ଦହି, ଚିନି, ଛେନା, ଗୁଜୁରାତି ସହିତ ଦୁଇ ଗ୍ଲାସ୍ ପାଣି ମିଶାଇ ଭଲ ଭାବେ ଗ୍ରାଇଣ୍ଡ୍ କରି ଦିଅନ୍ତୁ ।

ତା’ପରେ ତା’କୁ ଛାଣି ଗ୍ଲାସରେ ଭର୍ତ୍ତି କରନ୍ତୁ । ତା’ଉପରେ ନଡ଼ିଆ କୋରା, କାଜୁ ମିଶାନ୍ତୁ । ପ୍ରସ୍ତୁତ ହୋଇଗଲା ବେଲ ପଣା । ଏବେ ତାକୁ ପରସି ଦିଅନ୍ତୁ ।

ଫୋଟୋ ସୌଜନ୍ୟ: (ସୋସିଆଲ ମିଡିଆ)

Leave A Reply

Your email address will not be published.