Latest Odisha News

BREAKING NEWS

ଲକଡାଉନ: କଟକ ରେଳ ଷ୍ଟେସନରେ ପହଞ୍ଚିଲା ୯୧୯ ଟନ୍ ଖାଇବା ତେଲ

କଟକ: କରୋନା ଭୁତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ ଡାଉନ ସତ୍ୱେ ରେଳ ମନ୍ତ୍ରଣାଳୟ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିଛି।

BjdElectrycity

ଏପରିକି ଲୋକମାନଙ୍କ ପାଖରେ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଇବାକୁ କ୍ରମାଗତ ଭାବେ ପ୍ରୟାସ କରୁଅଛି। ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ଦ୍ରବ୍ୟ ପହଞ୍ଚାଇବା ପାଇଁ ପାର୍ସଲ ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଅଛି।

ଆହୁରି ମଧ୍ୟ ଅତ୍ୟାବଶ୍ୟକ ଜିନିଷ ଯଥା ଫଳ, ପନିପରିବା, ଦୁଗ୍ଧ ଗୁଣ୍ଡ, ଚିନି, ଔଷଧ ଏବଂ ଖାଇବା ତେଲ ଇତ୍ୟାଦି ପରିବହନ କରି ଲୋକମାନଙ୍କର ଜରୁରୀ ଦ୍ରବ୍ୟକୁ ପାର୍ସଲ ଏକ୍ସପ୍ରେସ ଚଳାଚଳ ଦ୍ୱାରା ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା ଜାରିରଖିଛି।

ଆଜି ପଶ୍ଚିମ ବଙ୍ଗ ହଳଦିଆ ପୋତାଶ୍ରୟ ଠାରୁ ପାର୍ସଲ ଏକ୍ସପ୍ରେସ ଦ୍ୱାରା ୯୬ ହଜାର ୨୧୩ କାର୍ଟୁନ (ଯାହାର ଆନୁମାନିକ ଓଜନ ହାରାହାରି ୯୧୯ ଟନ) ଖାଇବା ତେଲ କଟକ ଷ୍ଟେସନ ଠାରେ ପହଞ୍ଚିଛି।

” ଆପଣ ଘରେ ରୁହନ୍ତୁ, – ସୁରକ୍ଷିତ ରୁହନ୍ତୁ , ଆମେ ଆପଣଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବୁ” ଭଳି ଅବଧାରଣକୁ ସଫଳ କରିବାକୁ ପୂର୍ବତଟ ରେଳପଥର ଅବିଦିତ ଯୋଦ୍ଧାମାନେ ଦିବାରାତ୍ର କାର୍ଯ୍ୟ କରୁଛନ୍ତି।

 

Leave A Reply

Your email address will not be published.