Latest Odisha News

BREAKING NEWS

ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେଲା ଟେଲିମେଡିସିନ୍ ସେବା

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ଏବଂ ଲକଡାଉନ ଯୋଗୁଁ ଓପିଡି ଗୁଡିକ ବନ୍ଦ ଥିବାରୁ ଏମ୍ସ, ଭୁବନେଶ୍ୱର ପକ୍ଷରୁ ଟେଲିମେଡିସିନ୍ ସେବା ଆରମ୍ଭ କରାଯାଇଛି।

ଏହି ସେବା ପ୍ରଦାନ ନେଇ ଏମ୍ସ ପକ୍ଷରୁ ଟ୍ବିଟ କରାଯାଇଛି। ଏହାବ୍ୟତୀତ ହ୍ବାଟସ ଆପ୍ ନମ୍ବର ଜାରି ହୋଇଛି, ଯାହା ମାଧ୍ୟମରେ ରୋଗୀମାନେ ଡାକ୍ତରଙ୍କ ସହିତ ପରାମର୍ଶ କରିପାରିବେ।

ନଅଟି ବିଭାଗ ପାଇଁ ଏହି ସୁବିଧା ଉପଲବ୍ଧ କରାଯାଇଛି।

ଏମ୍ସର ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଡାକ୍ତରମାନେ ହ୍ବାଟସ ଆପ୍ ମାଧ୍ୟମରେ ରୋଗୀଙ୍କୁ ସ୍ବାକ୍ଷରିତ ପ୍ରେସକ୍ରିପସନ୍ କିମ୍ବା ଇ-ପ୍ରେସକ୍ରିପସନର ଫଟୋ/ସ୍କାନ୍ /ଡିଜିଟାଲ୍ କପି ମଧ୍ୟ ପ୍ରଦାନ କରିବେ।

Comments are closed.