Latest Odisha News

BREAKING NEWS

ଯାଜପୁରରେ ଋଣଗ୍ରସ୍ତ ଚାଷୀଙ୍କ ଆତ୍ମହତ୍ୟା

ଯାଜପୁର : ଯାଜପୁର ଧର୍ମଶାଳା ଅନ୍ତର୍ଗତ ମଙ୍ଗରାଜପୁର ଗାଁରେ ଚାଷୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

ମୃତ ବ୍ୟକ୍ତି ଜଣଙ୍କ ଗୌରାଙ୍ଗ ବଳ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଗୌରାଙ୍ଗ ଚାଷ ପାଇଁ ବ୍ୟାଙ୍କ ଓ ବିଭିନ୍ନ ସଂସ୍ଥାରୁ କରଜ ଆଣିଥିଲେ । ଅନ୍ୟପକ୍ଷରେ ପରିବାର ଲୋକଙ୍କ କହିବାନୁଯାୟୀ ଏହି ଋଣ ନେଇ ସେ ଚିନ୍ତାଗ୍ରସ୍ତ ଥିଲେ ଏବଂ ସେ ପାଖାପାଖି ୬୦ରୁ ୭୦ ହଜାର ଟଙ୍କା ଋଣ ଆକାରରେ ଆଣିଥିଲେ ।

ଏଥିସହିତ ଋଣ ଚିନ୍ତାରେ ସେ ଘର ପଛପଟ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ନେଇ ତାଙ୍କର ପତ୍ନୀ ସୂଚନା ଦେଇଛନ୍ତି ।

ଗ୍ରାମର ସରପଞ୍ଚ ଶ୍ୟାମ ସୁନ୍ଦର ଗଣମାଧ୍ୟମକୁ କହିଛନ୍ତି “ଗୌରାଙ୍ଗ ଋଣଗ୍ରସ୍ତ ହୋଇ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ତେଣୁ କରି ସେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ପ୍ରକାଶ କରିଛନ୍ତି” ।

Leave A Reply

Your email address will not be published.