Latest Odisha News

‘ହାପି ବର୍ଥ ଡେ ଗୁଗୁଲ’ ଇଣ୍ଟରନେଟରେ ପାଳିତ ହେଲା ଜନ୍ମଦିନ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜନ ଗୁଗୁଲ ଆଜି ନିଜର ୨୦ତମ ଜନ୍ମ ବାର୍ଷିକ ପାଳନ କରୁଛି । ଏହି ଅବସରକୁ ଖାସ କରିବା ପାଇଁ ଗୁଗୁଲ ନିଜ ପାଇଁ ଏକ ଡୁଡଲ ତିଆରି କରିଛି ।

ଏଥିସହିତ ଗୁଗୁଲ ପକ୍ଷରୁ ଏକ ଖାସ ଭିଡିଓ ପ୍ରସ୍ତୁତ କରି ଜାରି କରାଯାଇଛି । ଏହା ଲୋକମାନଙ୍କର ମନୋରଂଜନ କରିବା ସହିତ ସେମାନଙ୍କ ନିକଟରେ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ପହଞ୍ଚାଇଛି ।

ଉଲ୍ଲେଖଯୋଗ୍ୟ ଏହି ସର୍ଚ୍ଚ ଇଞ୍ଜିନ ଗୁଗୁଲର ନିର୍ମାଣ ଲେରୀ ପେଜ ଓ ସର୍ଜି ବିନ ନାମକ ଦୁଇଜଣ ଛାତ୍ର କରିଥିଲେ । ଏହା ସେମାନଙ୍କ କଲେଜର ଏକ ପ୍ରୋଜେକ୍ଟ ଥିଲା । ୧୯୯୮ରେ ଆରମ୍ଭ ହୋଇଥିବା ଏହି ଗୁଗୁଲ ୨୦୦୨ ମସିହା ଠାରୁ ସେପ୍ଟେମ୍ବର ୨୭ରେ ନିଜ ଜନ୍ମଦିନ ପାଳନ କରୁଛି ।

ଆହୁରି ମଧ୍ୟ ଗତ ୨୦ ବର୍ଷ ମଧ୍ୟରେ ଗୁଗୁଲରେ ଅନେକ ପରିବର୍ତ୍ତନ ଆସିଛି କିନ୍ତୁ ତାର ଡୁଡଲରେ କେବେ ପରିବର୍ତ୍ତନ ହୋଇନାହିଁ । ଆଜି ଗୁଗୁଲ ଦୁନିଆର ଟପ୍ ସର୍ଚ୍ଚ ଇଞ୍ଜନ ଭାବେ ରହିଥିବାବେଳେ ଏଥିରେ ପ୍ରାୟ ୧୫୦ରୁ ଅଧିକ ଭାଷା ଉପଲବ୍ଧ ହେଉଛି ।

ଗୁଗୁଲ ବ୍ୟତିତ ଅନେକ ସର୍ଚ୍ଚ ଇଞ୍ଜନ ଥିବାବେଳେ ଇଣ୍ଟରନେଟ ବ୍ୟବହାର କାରୀ ଗୁଗୁଲକୁ ସର୍ବାଧିକ ବ୍ୟବହାର କରିଥାନ୍ତି ।

Leave A Reply

Your email address will not be published.