ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରୁଛି ମହାମାରୀ କରୋନା । ନୀତି ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ତେବେ ଗତ ୨୪ ଘଂଟାରେ ଦେଶରେ କରୋନା ସଂକ୍ରମଣ ୬ ପ୍ରତିଶତ ହ୍ରାସ ପାଇଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।
ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୯.୨ ଦିନରେ ଦୁଇଗୁଣ ହେଉଛି । ଦେଶରେ କରୋନା ଜନିତ ମୃତ୍ୟୁହାର ୩.୧ ପ୍ରତିଶତ ଥିବାବେଳେ ଆରୋଗ୍ୟ ହାର ୨୦ ପ୍ରତିଶତ ରହିଛି । ବିଶ୍ୱର ସବୁଠାରୁ ଅଧିକ ପ୍ରଭାବିତ ଦେଶମାନଙ୍କ ତୁଳନାରେ ଭାରତ ଉତ୍ତମ ସ୍ଥିତିରେ ରହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ବସିଥିବା ୧୩ ତମ ଉଚ୍ଚସ୍ତରୀୟ ମନ୍ତ୍ରୀଗୋଷ୍ଠୀ ବୈଠକରେ ଦେଶରେ କରୋନା ସ୍ଥିତି ସଂପର୍କରେ ଆଲୋଚନା ହୋଇଥିଲା । ଦେଶରେ କୋଭିଡ୧୯ ହସପିଟାଲ, ସୁରକ୍ଷା ଉପକରଣ, ଏମ୯୫ ମାସ୍କ,ଭେଣ୍ଟିଲେଟର, ଔଷଧ ଆଦି ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।
BREAKING NEWS
- ଜମ୍ମୁକାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ: ୧ମୃତ,୨ଆହତ
- ଜୋତା ବ୍ୟବସାୟୀଙ୍କ ଘରେ ବିଡ଼ା ବିଡ଼ା ଟଙ୍କାର ପାହାଡ଼, ୪୦ କୋଟିରୁ ଅଧିକ ଟଙ୍କା ଜବତ
- କେନ୍ଦୁଝରରେ ହେବିୱେଟଙ୍କ କଡ଼ା ଟକ୍କର: ରାଜନାଥ, ନବୀନଙ୍କ ଗସ୍ତକୁ ନେଇ ରାଜନୀତି ଚଳଚଞ୍ଚଳ
- ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ ‘ନୃତ୍ୟମ୍ବଦା’ ଉଦଯାପିତ
- ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୩)
- କବିତା ନିରନ୍ତର : ଭୁଲ୍, ଠିକ୍ ଭେଦ
- ଆସନ୍ତାକାଲି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ
- କବିତା : ସକାଳ ଆସେ ବୋଲି
- ବିଜେଡି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ
- ଖରାଦିନେ ଖାଆନ୍ତୁ ଦହି, ମିଳିବ ଏହିସବୁ ଫାଇଦା