ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରୁଛି ମହାମାରୀ କରୋନା । ନୀତି ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ତେବେ ଗତ ୨୪ ଘଂଟାରେ ଦେଶରେ କରୋନା ସଂକ୍ରମଣ ୬ ପ୍ରତିଶତ ହ୍ରାସ ପାଇଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।
ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୯.୨ ଦିନରେ ଦୁଇଗୁଣ ହେଉଛି । ଦେଶରେ କରୋନା ଜନିତ ମୃତ୍ୟୁହାର ୩.୧ ପ୍ରତିଶତ ଥିବାବେଳେ ଆରୋଗ୍ୟ ହାର ୨୦ ପ୍ରତିଶତ ରହିଛି । ବିଶ୍ୱର ସବୁଠାରୁ ଅଧିକ ପ୍ରଭାବିତ ଦେଶମାନଙ୍କ ତୁଳନାରେ ଭାରତ ଉତ୍ତମ ସ୍ଥିତିରେ ରହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ବସିଥିବା ୧୩ ତମ ଉଚ୍ଚସ୍ତରୀୟ ମନ୍ତ୍ରୀଗୋଷ୍ଠୀ ବୈଠକରେ ଦେଶରେ କରୋନା ସ୍ଥିତି ସଂପର୍କରେ ଆଲୋଚନା ହୋଇଥିଲା । ଦେଶରେ କୋଭିଡ୧୯ ହସପିଟାଲ, ସୁରକ୍ଷା ଉପକରଣ, ଏମ୯୫ ମାସ୍କ,ଭେଣ୍ଟିଲେଟର, ଔଷଧ ଆଦି ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।
BREAKING NEWS
- Floods in Odisha:ଟ୍ରାକ୍ଟରରେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କଲେ ଜିଲ୍ଲାପାଳ;ଭୟଭୀତ ନ ହୋଇ ଆଶ୍ରୟସ୍ଥଳୀରେ ରହିବାକୁ ପରାମର୍ଶ
- ଆସନ୍ତାକାଲି ବନ୍ଦ ରହିବ ଭଦ୍ରକ ଓ ନବରଙ୍ଗପୁରର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର
- ସ୍କୁଲରୁ ନିଖୋଜ, ପୋଲିସ ରିଜର୍ଭ ଗ୍ରାଉଣ୍ଡରୁ ମିଳିଲା ଶବ: ରାଜଧାନୀରେ ୭ ବର୍ଷର ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
- ଫେଲ୍ ମାରିଲା ସ୍କାମରଙ୍କ ଚାଲ୍! ଲୋକସଭାରେ ସରକାର ଦେଲେ ତଥ୍ୟ, ବ୍ଲକ୍ ହେଲା ୧୫ ଲକ୍ଷ ସିମ୍ ଓ ୩୨ ଲକ୍ଷ ବ୍ୟାଙ୍କ ଆକାଉଣ୍ଟ
- ଗଞ୍ଜେଇ ଚୋରାଚାଲାଣ କରିଥିବା ଅଭିଯୋଗରେ ୨ ଗିରଫ
- ୨୦୩୬ ବେଳକୁ ଟଙ୍କାର ମହତ୍ୱ ରହିବନି: ଏଲନ୍ ମସ୍କ
- ଦିବ୍ୟାଙ୍ଗଙ୍କୁ ପରିଚୟ ପତ୍ର ମିଳିବାରେ ଯେପରି ବିଳମ୍ବ ନହୁଏ ସେନେଇ ବିଶେଷ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ
- ପ୍ରକୃତିର ତାଣ୍ଡବ ନା ଜଳବାୟୁ ପରିବର୍ତ୍ତନର କୁପ୍ରଭାବ? ଜାଣନ୍ତୁ ଓଡ଼ିଶାରେ ରେକର୍ଡ ଭାଙ୍ଗୁଥିବା ଲଗାଣ ବର୍ଷା ପଛର ଅସଲ କାରଣ
- Asian Games 2026: ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ହକି ଦଳ ଘୋଷଣା:ଟିମରେ ଓଡ଼ିଆ ପୁଅ ଅମିତ ଓ ଶିଳାନନ୍ଦ
- ଦିନିକିଆ ର଼୍ୟାଙ୍କିଙ୍ଗ ଶୀର୍ଷରେ ଗିଲ, ୨୩୦ ସ୍ଥାନ ଉପରକୁ ଉଠିଲେ ବୈଭବ
Comments are closed.