କାକଟପୁର: ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଜଣାଶୁଣା ଯୁବ ପାଲା ଗାୟକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କର ମୃତ୍ୟୁ ଘଟିଛି ।
ମିଳିଥିବା ସୂଚନାନୁଯାୟୀ, ଶୁକ୍ରବାର ରାତିରେ ଘରେ ଶୋଇଥିବା ବେଳେ କୌଣସି ବିଷଧର ସାପ ଦାଙ୍କୁ କାମୁଡ଼ି ଦେଇଥିଲା । ଶନିବାର ସକାଳେ ପରିବାର ଲୋକେ ତାଙ୍କୁ କାକଟପୁର ଡାକ୍ତରଖାନାକୁ ନେଇଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଯୁବ ପାଲାଗାୟକ ପୂର୍ଣ୍ଣଚନ୍ଦ୍ରଙ୍କ ଅକାଳ ବିୟୋଗରେ ସମେଶ୍ୱର ସାହିତ୍ୟ ସଂସଦ ଏବଂ ଏହି ଅନୁଷ୍ଠାନର ସଭାପତି ତଥା ତାଙ୍କର ଗୁରୁ ବନ ବିହାରୀ ଗ୍ରହାଚାର୍ଯ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି ।
Comments are closed.