Latest Odisha News

୧୦୦ ଟପିଲା ଓଡ଼ିଶାରେ କରୋନା ମାମଲା: କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ସତ୍ତ୍ୱେ ମଧ୍ୟ ଏହି ଭୂତାଣୁ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୯ ଜଣ କରୋନା ପଜିଟିଭ ଚିହ୍ନଟ ହେବା ସହ ଏହି ସଂଖ୍ୟା ୧୦୩ ଛୁଇଁଛି । ତେବେ ଓଡ଼ିଶାର କେଉଁ ଜିଲ୍ଲାରେ କେତେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆସନ୍ତୁ ଜାଣିବା..

ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୁଚନା ଅନୁଯାୟୀ, ଏପର୍ଯ୍ୟନ୍ତ ମୋଟ ୪୬ ମାମଲା ସହ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ୬ ଟି ନୂଆ ମାମଲା ସହ ଯାଜପୁରରେ ଏହି ସଂଖ୍ୟା ୧୮ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ଗାଇଡ଼ଲାଇନ ଅନୁଯାୟୀ ଯାଜପୁର ହଟସ୍ପଟ ଜୋନ ମଧ୍ୟରେ ଆସି ଯାଇଛି ।

ଭଦ୍ରକ ଜିଲ୍ଲାରେ ୧୬ ଜଣ

ବାଲେଶ୍ଵର ରେ ୧୧ ଜଣ

ସଦ୍ୟତମ ୩ ନୂଆ ଆକ୍ରାନ୍ତଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାରେ ଏହି ସଂଖ୍ୟା ୬ରେ ପହଞ୍ଚିଛି ।

କେନ୍ଦ୍ରପଡ଼ା ଜିଲ୍ଲାରେ ୨ ଜଣକ, ଳାହାଣ୍ଡି ଜିଲ୍ଲାରେ ୨ ଜଣକ, ଟକ ଜିଲ୍ଲାରେ ଜଣେ ଢେଙ୍କାନାଳ ଜିଲ୍ଲାରେ ଜଣେ,ପୁରୀ ଜିଲ୍ଲାରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ ଚିକିତ୍ସିତ ହେଉଥିବା ୬୫ ଜଣ କରୋନା ପଜିଟିଭ୍ ରୋଗୀ ଖୋର୍ଦ୍ଧା, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ବାସିନ୍ଦା ।

ଆସ୍ୱସ୍ତି ଜନକ ଖବର ଏହା ଯେ, କରୋନା ପଜିଟିଭ ଚିହ୍ନଟ ହୋଇଥିବା ୧୦ ଜିଲ୍ଲା ମଧ୍ୟରୁ ମଧ୍ୟରୁ ୫ଟି ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛନ୍ତି ।

କରୋନା ମୁକ୍ତ ହୋଇଥିବା ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି କଟକ, ପୁରୀ, କଳାହାଣ୍ଡି, ସୁନ୍ଦରଗଡ, ଓ ଢେଙ୍କାନାଳ ।

Comments are closed.