Latest Odisha News

BREAKING NEWS

ଗଜପତି: ୨ ଭଉଣୀଙ୍କ ଶବ କୂଅରୁ ଉଦ୍ଧାର, ହତ୍ୟା ସନ୍ଦେହ

ଗଜପତି : ଗଜପତି ଜିଲ୍ଲାର ଆର୍. ଉଦୟଗିରି ଅନ୍ତର୍ଗତ ଛେଳିଗଡ ଗାଁରେ ଏକ ଦୁଃଖଦପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଛେଳିଗଡ ଗାଁର ଏକ କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତ ଦେହ ଠାବ କରାଯାଇଛି । ଏହି ଘଟଣାକୁ ନେଇ ଗାଁରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି ।

ଅନ୍ୟପକ୍ଷରେ ମୃତ ଦୁଇ ଭଉଣୀ କୀରଣ ଆଚାରୀ (୨୨) ଓ ସ୍ୱପ୍ନା ଆଚାରୀ (୧୮) ବୋଲି ଜଣାପଡିଥିବା ବେଳେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇନଥିବାବେଳେ ପରିବାର ପକ୍ଷରୁ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ପରଖିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.