ଭୁବନେଶ୍ୱର: କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ ଜାରି ହୋଇଥିବା କଟକଣାକୁ କୋହଳ କରିଛି ବିଏମସି । ଏ ନେଇ ଗାଇଡଲାଇନ ଜାରି ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କଣ କଣ ଖୋଲା ରହିବ ଆସନ୍ତୁ ନଜର ପକାଇବା
– ଇଲେକ୍ଟ୍ରିକାଲ ଓ ଇଲୋକ୍ଟେ୍ରାନିକ ଉପକରଣ ଯଥା ଏସି, କୁଲର, ୱାଟର ପୁ୍ୟରିଫାୟର, ମୋବାଇଲ ଫୋନ, କମ୍ପୁଟର ମରାମତି ଓ ସର୍ଭିସିଂ ସେଣ୍ଟର ଖୋଲା ରହିବ ।
– ମୋଟର ଗ୍ୟାରେଜ, ବ୍ୟାଟେରୀ ଦୋକାନ, ଟାୟାର, ମୋଟର ପାର୍ଟସ୍ ସପ୍ ଓ ଲୁବ୍ରିକାଣ୍ଟ ସପ୍ ଖୋଲାରହିବ ।
– ବହି ଓ ଷ୍ଟେସନାରୀ ଦୋକାନ ଖୋଲା ରହିବ ।
– ରେଷ୍ଟୁରାଣ୍ଟଖୋଲିବ । ଗ୍ରାହକ ଅନଲାଇନ ମଧ୍ୟ ଅର୍ଡର କରିପାରିବେ ।
– ଆମାଜନ, ଫ୍ଲିପକାର୍ଟ, ଜୋମାଟୋ, ମିନତ୍ରା, ସ୍ୱିଗି, କେଏଫ୍ସି, ଡୋମିନୋ ଡେଲିଭରି କରିପାରିବେ ।
– ବିଗ୍ ବଜାର, ରିଲାଏନ୍ସ ଫ୍ରେସ୍, ଓମ୍ଫେଡ, ଚିଲିକା ଫ୍ରେସ୍ ଖୋଲା ରହିବ ।
– ବ୍ୟାଙ୍କ, ଏଟିଏମ୍, କେବଲ ସର୍ଭିସ୍ ଓ ଅପଟିକାଲ ଫାଇବର ଖୋଲା ରହିବ ।
-ପେଟ୍ରୋଲ ପମ୍ପ, ଏଲପିଜି ଓ ଗ୍ୟାସ୍ ଏଜେନ୍ସି ଖୋଲା ରହିବ ।
-ଇଲେକ୍ଟ୍ରିକ୍ସିଆନ, ଆଇଟି, ପାଇପ ମିସ୍ତ୍ରୀ, ଏବଂ ମୋଟର ମେକାନିକ୍ କାମ କରିପାରିବେ ।
-ରାଜ୍ୟ ଭିତରେ ମିର୍ମାଣ ଶ୍ରମିକମାନଙ୍କୁ ନେଇ କାମ ଚାଲୁ ରଖିହେବ ।
-ବ୍ୟବସାୟିକ ପ୍ରତିÂାନ ୨୫ ପ୍ରତିଶତ କର୍ମାଚାରୀଙ୍କୁ ନେଇ କାମ କରିବେ ।
କେଉଁ କେଉଁ ଦୋକାନ ବନ୍ଦ ରହିବ ତାର ତାଲିକା –
-ମାର୍କେଟ୍, କମ୍ପେ୍ଲକ୍ସ, ସେଲୁନ, ସ୍ପା, ବିଉଟି ପାର୍ଲର ବନ୍ଦ ରହିବ ।
-ପାନଦୋକାନ, ଚା ଓ କଫି ଦୋକାନ, ଫାଷ୍ଟଫୁଡ୍, ଟିଫିନ ସେଣ୍ଟର ଆଦି ବନ୍ଦ ରହିବ ।
ତେବେ ଦୋକାନ ଭିତରେ ପାଞ୍ଚ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ । ସମସ୍ତେ ସାମାଜିକ ଦୂରତ୍ୱ ନିୟମ ମାନିବେ । ଏଥି ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଅତ୍ୟାବଶ୍ୟକ ଦୋକାନ ଓ ଔଷଧ ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ଦୋକାନ ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ ।
BREAKING NEWS
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବନ୍ଧବାହାଲ ସେକ୍ସନ ଫରେଷ୍ଟର
- Barrage: ବୈତରଣୀ ନଦୀରେ ନିର୍ମାଣ ହେବ ବ୍ୟାରେଜ୍: ମୁଖ୍ୟମନ୍ତ୍ରୀ
- ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡିଛି ପଦବୀ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର
- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନକୁ ସୁରଟରୁ ଆସିଲେ ନୂଆ ଅତିଥି
- ‘୨୦୨୬ରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ମମତା ବାନାର୍ଜୀ’
- ଖସିଲା ରେପୋ ରେଟ୍; ଏଣିକି ଶସ୍ତା ହେବ ଇଏମଆଇ
- Police SI Exam Scam: ସିବିଆଇର ପ୍ରଥମ ଆକ୍ସନ, ଦୀଘା ମଡେଲ୍ର ମାଷ୍ଟରମାଇଣ୍ଡ ଗିରଫ
- ସହପାଠୀଙ୍କୁ ନିର୍ଯାତନା ଅଭିଯୋଗରେ ଭିସୁଟ ଛାତ୍ର ଗିରଫ
- Putin pays tribute to Mahatma Gandhi : ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍
- Indigo Flight Cancelled: ଇଣ୍ଡିଗୋ ଯାତ୍ରୀଙ୍କୁ ପୁଣି ବଡ଼ ଝଟକା,ଆଜି ଦିଲ୍ଲୀରୁ ସମସ୍ତ ଘରୋଇ ବିମାନ ଉଡ଼ାଣ ବାତିଲ
Comments are closed.