Latest Odisha News

BREAKING NEWS

ଲକଡାଉନ ଖୋଲିବା ପରେ ହେବ ‘ଯୁକ୍ତ ୨’ ର ଅବଶିଷ୍ଟ ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ମେ ୩ ରେ ଶେଷ ହେବାକୁ ଯାଉଛି । ଲକଡାଉନ ଶେଷ ହେବା ପରେ ସ୍ଥଗିତ ରହିଥିବା ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯିବ ବୋଲି ବୁଧବାର ରାଜ୍ୟ ସରକାର ସୂଚନା ଦେଇଛନ୍ତି।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ ସମସ୍ତ ରାଜ୍ୟର ଶିକ୍ଷା ମନ୍ତ୍ରୀଙ୍କୁ ଯଥାଶୀଘ୍ର ଦଶମ ଓ ଯୁକ୍ତ ୨ ର ଖାତା ମୂଲ୍ୟାଙ୍କନ ଓ ସ୍ଥଗିତ ରହିଥିବା ପରୀକ୍ଷା ଗୁଡିକୁ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ଯେ  ଲକଡାଉନ ଖୋଲିବା ମାତ୍ରେ ଯଥାଶୀଘ୍ର ପରୀକ୍ଷା ପାଇଁ ତାରିଖ ଘୋଷଣା ହେବା ସହିତ ଖାତା ମୂଲ୍ୟାଙ୍କନ କରାଯାଇ ଫଳ ପ୍ରକାଶ କରାଯିବ ।

ସାମାଜିକ ଦୂରତା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରି ଖାତା ମୂଲ୍ୟାଙ୍କନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ରାଜ୍ୟକୁ ଫେରିବାକୁ ଇଚ୍ଛା କରୁଥିବା ପ୍ରବାସୀ ଶ୍ରମିକଙ୍କ ରହିବା ପାଇଁ କେତେକ ପରୀକ୍ଷା କେନ୍ଦ୍ରକୁ ସରକାରୀ କ୍ଵରେଣ୍ଟାଇନ ସେଣ୍ଟରରେ ପରିଣତ କରାଯାଇଥିବାରୁ ପରୀକ୍ଷା ପରିଚାଳନା ପାଇଁ ନୂତନ କେନ୍ଦ୍ର ଚିହ୍ନଟ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) କୁ କୁହାଯାଇଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.