ଭୁବନେଶ୍ୱର : ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ଲକ୍ଡାଉନ ସମୟରେ ରାଜଧାନୀର ବିଭିନ୍ନ ବସ୍ତିରେ ଉଭୟ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ଏଥି ସହ ଲୋକଙ୍କୁ ମାସ୍କ ବ୍ୟବହାରର ଉପକାରିତା ଓ ଘରୁ ନ ବାହାରିବା ପାଇଁ ସଚେତନ କରାଯାଉଛି ।
ବର୍ତ୍ତମାନ ପରିସ୍ଥିତିରେ ବୁଲା ଗାଇ, କୁକୁର ଖାଦ୍ୟ ଖାଇବାକୁ ପାଉ ନ ଥିବାରୁ ଟ୍ରଷ୍ଟ ପକ୍ଷରୁ ସେମାନଙ୍କୁ ପ୍ରତିଦିନ ଖାଦ୍ୟ ଦିଆଯାଉଛି ।
ଟ୍ରଷ୍ଟର ଉପଦେଷ୍ଟା ଚକ୍ରଧର ତ୍ରିପାଠୀ, ସମ୍ପାଦିକା ମଧୁସ୍ମିତା ପୃଷ୍ଟି ଓ ସ୍ୱାଗତିକା ରାଓଙ୍କ ତତ୍ତ୍ୱାବଧାନରେ ପ୍ରତିଦିନ ଏହି ଖାଦ୍ୟ ବଣ୍ଟନ କରାଯାଉଛି ।
Comments are closed.