ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଦ୍ୱନ୍ଦ ଲାଗି ରହିଛି । ରଥ ନିର୍ମାଣ କି ରଥଯାତ୍ରା ହେବ କି ନାହିଁ ସେ ନେଇ ନିଷ୍ପତି ହୋଇନିି । ତେବେ ଏହାରି ଭିତରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରଥଯାତ୍ରାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି, ରଥଯାତ୍ରା ନିଷ୍ପତ୍ତି ସରକାରଙ୍କର । କେନ୍ଦ୍ରର ଏଥିରେ ବିଶେଷ କିଛି ଭୂମିକା ନାହିଁ । ନିଷ୍ପତ୍ତି ନେବା ପରେ କେନ୍ଦ୍ର ପାଖରୁ ସାହାଯ୍ୟ ଲୋଡି ପାରନ୍ତି ସରକାର । ଏ ବାବଦରେ କେନ୍ଦ୍ରକୁ ଚିଠି ଲେଖିବାର କିଛି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ରଥଯାତ୍ରା ନେଇ ଶୀଘ୍ର ନିଷ୍ପତ୍ତି ହେବା ଦରକାର । ବିଳମ୍ବ ହେଲେ ନୀତିକାନ୍ତିରେ ବିଭ୍ରାଟ ହେବ ।
ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ରଥଯାତ୍ରାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସରକାର ଏ ବାବଦରେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ । ସମସ୍ତଙ୍କ ସହ ଆଲୋଚନା କରି ଯାହା ନିଷ୍ପତ୍ତି ନେବେ ତାହା ଗ୍ରହଣୀୟ ହେବ । ଏହି ପ୍ରସଙ୍ଗକୁ ନେଇ ଅଧିକ ବିବାଦ ନହେଉ ବୋଲି ପିସିସି ସଭାପତି କହିଛନ୍ତି ।
BREAKING NEWS
- ରାଜ୍ୟରେ ଗୋଶାଳା ନିର୍ମାଣ ପାଇଁ ଜମି ଯୋଗାଇଦେବ ରାଜସ୍ୱ ବିଭାଗ
- Davos 2026: IMFର AI ରାଙ୍କିଂ ଉପରେ ବର୍ଷିଲେ ଅଶ୍ୱିନୀ ବୈଷ୍ଣବ; କହିଲେ-ଭାରତ AI ଶକ୍ତିର ପ୍ରଥମ ଶ୍ରେଣୀର…
- ମାଲକାନଗିରିରେ ସଡ଼କ ଦୁର୍ଘଟଣା; ଗଛରେ ପିଟିହୋଇ ୨ ମୃତ
- ଦୁବାଇ-ଭୁବନେଶ୍ୱର ସିଧାସଳଖ ବିମାନ ସେବା ବନ୍ଦ କରିବା ଅଯୋଗ୍ୟତାର ସଙ୍କେତ: ବିଜେଡି
- ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ…
- ସବ ଜୁନିୟର ଜାତୀୟ ରଗବୀ ସେଭେନ ଚାମ୍ପିୟନଶିପ: ବିହାର ଚାମ୍ପିୟନ, ଓଡିଶା ରନର୍ସଅପ
- DEO Arrest Warrant: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ
- ବାଂଲାଦେଶକୁ ଆଇସିସିର ୨୪ ଘଣ୍ଟିଆ ଡେଡ୍ଲାଇନ୍
- IPLରେ AI ଏଣ୍ଟ୍ରି; ଜେମିନି ସହ ହାତ ମିଶାଇଲା ବିସିସିଆଇ
- ଡ୍ରପ ଆଉଟ ପିଲାଙ୍କ ଆଡମିସନ ଫି ଛାଡ କଲେ ସରକାର
Comments are closed.