ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଦ୍ୱନ୍ଦ ଲାଗି ରହିଛି । ରଥ ନିର୍ମାଣ କି ରଥଯାତ୍ରା ହେବ କି ନାହିଁ ସେ ନେଇ ନିଷ୍ପତି ହୋଇନିି । ତେବେ ଏହାରି ଭିତରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରଥଯାତ୍ରାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି, ରଥଯାତ୍ରା ନିଷ୍ପତ୍ତି ସରକାରଙ୍କର । କେନ୍ଦ୍ରର ଏଥିରେ ବିଶେଷ କିଛି ଭୂମିକା ନାହିଁ । ନିଷ୍ପତ୍ତି ନେବା ପରେ କେନ୍ଦ୍ର ପାଖରୁ ସାହାଯ୍ୟ ଲୋଡି ପାରନ୍ତି ସରକାର । ଏ ବାବଦରେ କେନ୍ଦ୍ରକୁ ଚିଠି ଲେଖିବାର କିଛି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ରଥଯାତ୍ରା ନେଇ ଶୀଘ୍ର ନିଷ୍ପତ୍ତି ହେବା ଦରକାର । ବିଳମ୍ବ ହେଲେ ନୀତିକାନ୍ତିରେ ବିଭ୍ରାଟ ହେବ ।
ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ରଥଯାତ୍ରାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସରକାର ଏ ବାବଦରେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ । ସମସ୍ତଙ୍କ ସହ ଆଲୋଚନା କରି ଯାହା ନିଷ୍ପତ୍ତି ନେବେ ତାହା ଗ୍ରହଣୀୟ ହେବ । ଏହି ପ୍ରସଙ୍ଗକୁ ନେଇ ଅଧିକ ବିବାଦ ନହେଉ ବୋଲି ପିସିସି ସଭାପତି କହିଛନ୍ତି ।
BREAKING NEWS
- ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ନେତୃତ୍ୱ ନେବେ ମୀରାବାଈ, ଲଭଲୀନା
- Ahmedabad Firecracker Factory: ଅବୈଧ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୮ ଜଣଙ୍କ ମୃତ୍ୟୁ,ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ
- ନୂଆ ଥିମ୍ ନେଇ ଆସୁଛି KBC 18…
- ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡାଙ୍କ ପତ୍ନୀଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
- ଗମ୍ଭୀରଙ୍କୁ ଭାରତୀୟ ଦଳର କୋଚ ହେବା ପାଇଁ ରୋହିତ ଦେଇଥିଲେ ପ୍ରସ୍ତାବ
- ଦୁଇଟି ମାମଲାରେ ୬ ଗିରଫ, ମାଉଜର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ
- ୩ ବର୍ଷିଆ ଏଲଏଲବି ପାଠ୍ୟକ୍ରମ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ
- Lahari Best Odia Film:ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର;ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ
- ୩୦ ଦୁର୍ବୃତ୍ତ, ଗୋଟିଏ କ୍ରେନ୍ ଓ ଟ୍ରକ୍; ଲୁଟିନେଲେ ୩ ହଜାର କେଜିର ଐତିହାସିକ ତୋପ
- ବିଶିଷ୍ଟ ଲେଖକ ଡ. ବିବୁଧରଞ୍ଜନଙ୍କ ୧୨ଖଣ୍ଡ ଗ୍ରନ୍ଥାବଳୀ ଲୋକାର୍ପିତ
Comments are closed.