Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ସ୍ଥିତି ସମୀକ୍ଷା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ‘ଅମ୍ଫାନ୍’ର ସ୍ଥିତି ସମୀକ୍ଷା ନେଇ ସୋମବାର ଅପରାହ୍ନ ୪ଟା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ଗୃହ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ପ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଯୋଗ ଦେବେ।

ଏନେଇ ଟ୍ବିଟ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

ଏହି ବୈଠକ ଭିଡିଓ କନଫରେନ୍ସି ଜରିଆରେ ହେବ ବୋଲି ସୂଚନା ମିଳିଛି।

ପ୍ରାପ୍ତ ସୂଚନାନୁଯାୟୀ, ଆସନ୍ତା ୨୦ ତାରିଖ ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳର ଦୀଘା ଓ ହାତୀଆ ଦ୍ବୀପ ମଝିରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ୟେଲୋ ଆଲର୍ଟ । ସମ୍ଭାବ୍ୟ ବାତ୍ୟା ଅମ୍ଫାନ ପ୍ରଭାବରେ ଆଜି ସନ୍ଧ୍ୟାରୁ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ।

Leave A Reply

Your email address will not be published.