ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୦୩ କରୋନା ରୋଗୀଙ୍କ ସମ୍ପର୍କରେ ଓଡିଶା ସରକାର ସୋମବାର ଦିନ ସବିଶେଷ ବିବରଣୀ ପ୍ରକାଶ କରିଛନ୍ତି।
ଏହି ମାମଲାଗୁଡ଼ିକ ମଧ୍ୟରୁ ୯୬ଟି କ୍ୱାରେଣ୍ଟାଇନ କେନ୍ଦ୍ରରେ ଚିହ୍ନଟ ହୋଇଥିବାବେଳେ ୭ ଜଣ ସ୍ଥାନୀୟ ବାସିନ୍ଦା ଅଟନ୍ତି।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ, ଦେଓଗଡ ଜିଲ୍ଲାରୁ ସର୍ବାଧିକ ୨୨ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୧୬ ଜଣ ତାମିଲନାଡୁ, ଆନ୍ଧ୍ରପ୍ରଦେଶରୁ ତିନିଜଣ ଫେରିଥିବା ବେଳେ ସେମାନେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ। ଅବଶିଷ୍ଟ ତିନୋଟି ମାମଲା ସ୍ଥାନୀୟ ଅଞ୍ଚଳର।
ଏନେଇ ଟ୍ବିଟ ମଧ୍ୟ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।
01 case in Kandhamal
(In quarantine centre. Surat returnee)10 cases in Jagatsinghpur
(All in quarantine centres. 8 WB & 2 TN returnees)— I & PR Department, Odisha (@IPR_Odisha) May 25, 2020
ସେହିପରି ଯାଜପୁରରେ ଚିହ୍ନଟ ବ୍ୟକ୍ତି ଜଣକ ନିକଟରେ ତେଲେଙ୍ଗାନାରୁ ଫେରିଥିଲା ବେଳେ ସେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ।
ଗଞ୍ଜାମରେ ଦୁଇଟି ମାମଲା କ୍ୱାରେଣ୍ଟାଇନ ସେଣ୍ଟରରେ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଦୁଇଜଣ ସ୍ଥାନୀୟ ଲୋକ।
ମୟୂରଭଞ୍ଜ- ୧ଟି ପଜିଟିଭ ମାମଲା, ସେ ଆନ୍ଧ୍ରପ୍ରଦେଶ ଫେରନ୍ତା ଏବଂ କ୍ବାରେନଣ୍ଟାଇନ ସେଣ୍ଟରରେ ଥିଲେ।
କୋରାପୁଟ- ୬ଟି ପଜିଟିଭ ମାମଲା ରହିଥିବା ବେଳେ ସମସ୍ତେ ଆନ୍ଧ୍ରପ୍ରଦେଶ ଫେରନ୍ତା।
କେନ୍ଦ୍ରାପଡା ଜିଲ୍ଲାରୁ ରିପୋର୍ଟ ହୋଇଥିବା ୧୫ଟି ମାମଲା ମଧ୍ୟରୁ ସାତଜଣ ପଶ୍ଚିମବଙ୍ଗ ଫେରନ୍ତା, ଚାରିଜଣ ତେଲେଙ୍ଗାନାର, ଗୋଟିଏ ଗୁଜୁରାଟ ଓ ତାମିଲନାଡୁ ଏବଂ ଦୁଇ କର୍ଣ୍ଣାଟକ ଫେରନ୍ତା । ସମସ୍ତେ କ୍ବାରେନଣ୍ଟାଇନ କେନ୍ଦ୍ରରେ ଥିଲେ।
ବାଲେଶ୍ବରର ପାଞ୍ଚଟି ମାମଲା ମଧ୍ୟରୁ ତିନୋଟି ହେଉଛି ତାମିଲନାଡୁ, ଗୋଟିଏ ଲେଖାଏଁ ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରର।
ଆହୁରି ମଧ୍ୟ ଭୁବନେଶ୍ୱରରୁ ଗୋଟିଏ ମାମଲା ଚିହ୍ନଟ ହୋଇଛି। ବ୍ୟକ୍ତି ଜଣକ ହୋମ୍ କ୍ବାରେନଣ୍ଟାଇନରେ ଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ଅନ୍ୟ ଚାରିଟି ମାମଲା ମଧ୍ୟରୁ ତିନୋଟି ଗୁଜୁରାଟ ଏବଂ ଗୋଟିଏ ମହାରାଷ୍ଟ୍ର ଫେରନ୍ତା।
କେନ୍ଦୁଝରରେ ଗୋଟିଏ ମାମଲା ଚିହ୍ନଟ ହୋଇଥିଲା ବେଳେ ସମ୍ପୃକ୍ତ ବ୍ୟକ୍ତି ମହାରାଷ୍ଟ୍ରରୁ ଫେରିଥିଲେ।
ମାଲକାନଗିରିରେ ଚିହ୍ନଟ ହୋଇଥିବା ନଅଟି ମାମଲା ମଧ୍ୟରୁ ଚାରିଟି ଆନ୍ଧ୍ରପ୍ରଦେଶ, ଦୁଇଟି ତେଲେଙ୍ଗାନା ଏବଂ ତାମିଲନାଡୁର ଅନେକ ମାମଲା ଥିବାବେଳେ ଗୋଟିଏ ସ୍ଥାନୀୟ ମାମଲା ରହିଛି।
ଗଜପତିରେ ଚିହ୍ନଟ ୬ଟି ମାମଲା ମଧ୍ୟରୁ ସମସ୍ତେ ମହାରାଷ୍ଟ୍ର ଫେରନ୍ତା ଏବଂ କ୍ବାରେନଣ୍ଟାଇନ କେନ୍ଦ୍ରରେ ଥିଲେ।