Latest Odisha News

BREAKING NEWS

ୱାନ୍ ନେସନ, ୱାନ୍ ରାସନ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା

ନୂଆଦିଲ୍ଲୀ: ୱାନ୍ ନେସନ୍‌, ୱାନ ରାସନ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା । ଏଥିସହ ଆଉ ଦୁଇ ରାଜ୍ୟ ସିକିମ ଓ ମିଜୋରାମ ମଧ୍ୟ ଏହି ଯୋଜନାରେ ଆଜିଠାରୁ ସାମିଲ ହୋଇଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ସୂଚନା ଦେଇଛନ୍ତି ।

ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଗୋଟିଏ ଦେଶ ଓ ଗୋଟିଏ ରାସନ କାର୍ଡ ଜରିଆରେ ରାସକାର୍ଡଧାରୀ ଦେଶର ଯେକୌଣସି ସ୍ଥାନରୁ ସେମାନଙ୍କ ରାସନ ସାଗଗ୍ରୀ ପାଇ ପାରିବେ । ତେବେ ସେମାନଙ୍କ ରାସନକାର୍ଡକୁ ଆଧାର କାର୍ଡରେ ଇପିଏସ୍‌ଓ ଦ୍ୱାରା ଯୋଡିବାକୁ ହେବ ।

ଏଯାଏଁ ଏହି ସୁବିଧା କେବଳ ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ମିଳୁଥିଲା । ଅଗଷ୍ଟ ୨୦୨୦ ସୁଦ୍ଧା ଆଉ ତିନୋଟି ରାଜ୍ୟ ଉତ୍ତରାଖଣ୍ଡ, ନାଗାଲାଣ୍ଡ ଓ ମଣିପୁର ମଧ୍ୟ ଏହି ଜାତୀୟ କ୍ଲଷ୍ଟରରେ ସାମିଲ ହେବ । ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ରାଜ୍ୟ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନାରେ ସାମିଲ ହେବା ପରେ ଏହା ଜାତୀୟ ସ୍ତରରେ କାର୍ଯ୍ୟକାରୀ ହେବ ।

Leave A Reply

Your email address will not be published.