Latest Odisha News

BREAKING NEWS

ମାସ୍କ ବ୍ୟବହାର ନେଇ WHOର ନୂଆ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ: ମାସ୍କର ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୂଆ ଗାଇଡଲାଇନ ଜାରି କରିଛି । ଗାଇଡାଲାଇନ୍‌ରେ କୁହାଯାଇଛି ଯେ, ସଂକ୍ରମିତ ସ୍ଥାନରେ ରୋଗୀଙ୍କ ସହ ମେଡିକାଲର ସମସ୍ତ କର୍ମଚାରୀ ମେଡିକାଲ ମାସ୍କ ପିନ୍ଧିବା ଜରୁରୀ । ଏମିତିକି କୋଭିଡ-୧୯ ସଂକ୍ରମଣ ନଥିବା ୱାର୍ଡରେ ମଧ୍ୟ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ମାସ୍କ ପିନ୍ଧିବା ଜରୁରୀ । ଏଥିସହ ବୟସ୍କ ବ୍ୟକ୍ତିମାନେ ମଧ୍ୟ କ୍ଲିନିକାଲ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

ଗୋଷ୍ଠୀ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଓ ୬୦ ବର୍ଷରୁ ଅଧିକ ବୟସ ଥିବା ବ୍ୟକ୍ତି ମେଡିକାଲ ମାସ୍କ ପିନ୍ଧିବେ । ମାସ୍କ ବ୍ୟବହାର ପାଇଁ ସରକାରୀସ୍ତରରେ ଉଦ୍ୟମ ହେଉ ବୋଲି କହିଛନ୍ତି WHOର ଡିରେକ୍ଟର ଜେନେରାଲ। ଜନଗହଳିପୂର୍ଣ୍ଣ ସ୍ଥାନ ଓ ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବା ସ୍ଥାନରେ ମାସ୍କ ପିନ୍ଧିବା ଜାରୁରୀ ।

୩ ସ୍ତରର କପଡ଼ା ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛି WHO । ୩ ସ୍ତରର କପଡ଼ା ମାସ୍କର ଭିତର କଟନ ଏବଂ ମଝି ପରସ୍ତଟି ପଲିପ୍ରପିଲିନ ମାଟେରିଆଲର କପଡ଼ା ରହିବା ଦରକାର । ଏହା ଦ୍ୱାରା କାଶିବା ବା ଛିଙ୍କିବା ଦ୍ୱାରା ଡ୍ରପଲେଡ୍ ବାହାରେ ନପଡ଼ି ସେହି ମାସ୍କ ମଧ୍ୟରେ ରହିଯିବ । ସେହିଭଳି ବାହାର ସ୍ତରଟି ପଲିଷ୍ଟର ହେବା ଆବଶ୍ୟକ । ଏହାଦ୍ୱାରା ମାସ୍କରେ ବାହାର ପଦାର୍ଥ ଲାଗି ରହିବ ନାହିଁ । ଏହାସହ ମାସ୍କକୁ ବାରମ୍ଭାର ଧୋଇବା ଏବଂ ଠିକ୍ ଭାବରେ ପିନ୍ଧିବାକୁ WHO ନୂଆ ଗାଇଡଲାଇନରେ କହିଛି ।

Leave A Reply

Your email address will not be published.