Latest Odisha News

BREAKING NEWS

ଆଇପିଏଲରେ ମୋତେ କାଳୁ ଡକା ଯାଉଥିଲା :ସାମୀ

କିଙ୍ଗଷ୍ଟନ:ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଡାରେନ ସାମୀ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ ଉପରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ମୁଁ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ବେଳେ ବର୍ଣ୍ଣବୈଷମ୍ୟର ଶୀକାର ହୋଇଛି । ଆମେରିକାରେ ଜର୍ଜ ଫ୍ଲେଏଡଙ୍କ ମୃତ୍ୟୁ ପରେ ସାରା ବିଶ୍ୱରେ ବର୍ଣ୍ଣବୈଷମ୍ୟତା ନେଇ ଆଲୋଚନା ଜୋର ଧରିଛି ।

ସାମୀ କହିଛନ୍ତି ଶ୍ରୀଲଙ୍କାର ଥିସରା ପେରିରା ଓ ମୋତେ କାଳୁ/କାଳିଆ ବୋଲି ସମ୍ବୋନ୍ଧିତ କରାଯାଉଥିଲା । ପ୍ରଥମେ ମୁଁ ଏହାର ଅର୍ଥ ବୁଝି ନ ଥିଲି ପରେ ଜାଣିଲା ପରେ ରାଗି ଯାଇଥିଲି ବୋଲି କହିଛନ୍ତି । ଏ ନେଇ ଏକ ସ୍କ୍ରିନଶଟ ଭାଇରାଲ ହୋଇଛି । ଏହା ସାମୀଙ୍କ ମୋବାଇଲର ହୋଇଥିବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.