ଭୁବନେଶ୍ୱର: ଲକଡାଉନ୍ କଟକଣା ସହ ସାଧାରଣ ସଭା ତଥା ସମାବେଶର ବିକଳ୍ପ ଭାବରେ ବିଜେପି ଡିଜିଟାଲ୍ ମାଧ୍ୟମକୁ ଚୟନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷ ପୁର୍ତ୍ତି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଅପରାହ୍ନ ୩.୩୦ ସମୟରେ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଓଡିଶାର ଲୋକଙ୍କୁ ସମ୍ବୋଧିତ କରିବେ।
ଭର୍ଚୁଆଲ୍ ରାଲି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସଫଳତା ବିଷୟରେ ଲୋକଙ୍କୁ ଅବଗତ କରାଇବା ନିମନ୍ତେ ଏହି ଭର୍ଚୁଆଲ ଆୟୋଜନ କରାଯାଉଥିବା କହିଛନ୍ତି ଓଡ଼ିଶା ବିଜେପି ସଭାପତି ସମୀର ମହାନ୍ତି।
ପ୍ରଥମ ଥର ପାଇଁ ଏକ ରାଜନୈତିକ ଦଳ ଏଭଳି ଏକ ରାଲି ଆୟୋଜନ କରିବାକୁ ଯାଉଛି। ଶାହାଙ୍କ ବ୍ୟତୀତ ଅନ୍ୟ ବକ୍ତାମାନେ ମଧ୍ୟ ଉପସ୍ଥିତ ରହିବେ। ନୂଆଦିଲ୍ଲୀରୁ ଶାହା ସମ୍ବୋଧିତ କରିବେ ଯାହା ସିଧା ପ୍ରସାରଣ ହେବ ବୋଲି ସମୀର ମହାନ୍ତି କହିଛନ୍ତି।
କରୋନା ମୁକାବିଲା ପାଇଁ କେନ୍ଦ୍ର ନେଇଥିବା ପଦକ୍ଷେପକୁ ଆଲୋକପାତ କରିବା ବ୍ୟତୀତ ଶାହା ଗତ ଏକ ବର୍ଷ ମଧ୍ୟରେ ଓଡିଶାକୁ କେନ୍ଦ୍ରୀୟ ସହାୟତା ସମ୍ପର୍କରେ ଆଲୋକପାତ କରିବେ। ଆଗାମୀ ଦିନରେ ଜିଲ୍ଲା ସ୍ତରରେ ଅଧିକ ଭର୍ଚୁଆଲ୍ ରାଲିର ଆୟୋଜନ କରାଯିବ ବୋଲି ସମୀର ମହାନ୍ତି କହିଛନ୍ତି।
Comments are closed.