ଯାଜପୁର: ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଘର ଧାରଣା । ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ବହୁ ସଦସ୍ୟ ଶାନ୍ତପୂର୍ଣ୍ଣ ଧାରଣାରେ ବସିଥିଲେ ।
ମୁଖ୍ୟତଃ ଖରିଫ ଋତୁରେ ଧାନ ବିକ୍ରୀ ପାଇଁ ଟୋକନ ପାଇଥିବା ଚାଷୀମାନେ ଧାନ ବିକ୍ରୀ କରି ନପାରି ଫନି, ଫାଇଲିନ,ହୁଡହୁଡ ଓ ଅମ୍ଫାନ ଭଳି ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସଠିକ ତଦନ୍ତ କରାଯାଇ ସହାୟତା ପ୍ରଦାନ, ପ୍ରତ୍ୟେକ ଚାଷୀଙ୍କ ଠାରୁ ମୁଗ କ୍ରୟ କରିବା, ବର୍ଷ ବର୍ଷ ଧରି ରିଲିଫ କୋଡ ସଂଶୋଧନ ନହେବା ଫଳରେ ବିପର୍ଯ୍ୟୟ ସମୟରେ ଲକ୍ଷ ଲକ୍ଷ ଟଙ୍କାର ଫସଲ ହରାଇ ଉଚିତ ସହାୟତା ପାଇପାରୁନଥିବା ଆଦି ଦାବି ଉଠାଇଥିଲେ । ଏଥିସହ ସରକାର କରୋନା ମୁକାବିଲା ନାମରେ ଚାଷୀକୂଳକୁ ତଳିତଳାନ୍ତ କରିଥିବା ଭଳି ଗୁରୁତର ଅଭିଯୋଗ ଉଠାଇଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପ-ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି ।
BREAKING NEWS
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
- ଶିଶୁକନ୍ୟାକୁ ମାରି ମାଆ ଫେରାର !
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବନ୍ଧବାହାଲ ସେକ୍ସନ ଫରେଷ୍ଟର
- Barrage: ବୈତରଣୀ ନଦୀରେ ନିର୍ମାଣ ହେବ ବ୍ୟାରେଜ୍: ମୁଖ୍ୟମନ୍ତ୍ରୀ
- ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡିଛି ପଦବୀ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର
Comments are closed.