ଯାଜପୁର: ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଘର ଧାରଣା । ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ବହୁ ସଦସ୍ୟ ଶାନ୍ତପୂର୍ଣ୍ଣ ଧାରଣାରେ ବସିଥିଲେ ।
ମୁଖ୍ୟତଃ ଖରିଫ ଋତୁରେ ଧାନ ବିକ୍ରୀ ପାଇଁ ଟୋକନ ପାଇଥିବା ଚାଷୀମାନେ ଧାନ ବିକ୍ରୀ କରି ନପାରି ଫନି, ଫାଇଲିନ,ହୁଡହୁଡ ଓ ଅମ୍ଫାନ ଭଳି ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସଠିକ ତଦନ୍ତ କରାଯାଇ ସହାୟତା ପ୍ରଦାନ, ପ୍ରତ୍ୟେକ ଚାଷୀଙ୍କ ଠାରୁ ମୁଗ କ୍ରୟ କରିବା, ବର୍ଷ ବର୍ଷ ଧରି ରିଲିଫ କୋଡ ସଂଶୋଧନ ନହେବା ଫଳରେ ବିପର୍ଯ୍ୟୟ ସମୟରେ ଲକ୍ଷ ଲକ୍ଷ ଟଙ୍କାର ଫସଲ ହରାଇ ଉଚିତ ସହାୟତା ପାଇପାରୁନଥିବା ଆଦି ଦାବି ଉଠାଇଥିଲେ । ଏଥିସହ ସରକାର କରୋନା ମୁକାବିଲା ନାମରେ ଚାଷୀକୂଳକୁ ତଳିତଳାନ୍ତ କରିଥିବା ଭଳି ଗୁରୁତର ଅଭିଯୋଗ ଉଠାଇଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପ-ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି ।
BREAKING NEWS
- ଲସ୍କର-ଏ-ତୈବା ପ୍ରତିଷ୍ଠାତା ସଦସ୍ୟ ଆତଙ୍କବାଦୀ ଆମିର ହମଜାକୁ ଗୁଳିମାଡ
- Food Poisoning In Odisha School: ୨ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ କଟକ ସ୍ଥାନାନ୍ତର…
- ଟିମ ସହିତ ହାଇଦ୍ରାବାଦ ଗଲେ ଧୋନୀ
- କିଟ ଫ୍ୟାଶନ୍ ଟେକ୍ନୋଲୋଜି ସ୍କୁଲ ଫ୍ୟାଶନ୍ ଶୋ ‘କୀର୍ତ୍ତି କଳ୍ପନା ୨୦୨୬’ ଅନୁଷ୍ଠିତ
- ଦୁଇ ବିମାନ ମଧ୍ୟରେ ଧକ୍କା, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଫଟୋ
- ଚୁପଚାପ ପିଲାବେଳର ବାନ୍ଧବୀଙ୍କୁ ବିବାହ କଲେ ଜୁବୀନ
- ଶେଷ ହେବ କି ଇସ୍ରାଏଲ-ଲେବାନନ୍ ମଧ୍ୟରେ ଯୁଦ୍ଧ? ୩୪ ବର୍ଷ ମଧ୍ୟରେ ପ୍ରଥମ ଥର ହେବ ଶାନ୍ତି ଆଲୋଚନା…
- ଓଡ଼ିଶାରେ କେବେ ହେବ ଖରା ଛୁଟି, ମନ୍ତ୍ରୀ ରଖିଲେ ପ୍ରତିକ୍ରିୟା
- ଦୀର୍ଘ ୧୦ ମାସ ଧରି ସମୁଦ୍ରରେ ରହି ରେକର୍ଡ ସୃଷ୍ଟି କଲା ଆମେରିକାର ଜେରାଲ୍ଡ ଆର. ଫୋର୍ଡ ଭିଏତନାମ
- ISI backed Terror module: ISI ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ; ୪ଗ୍ରେନେଡ ସହ ଜଣେ ଗିରଫ
Comments are closed.