Latest Odisha News

BREAKING NEWS

ସମ୍ବଲପୁରରେ ଗୁଳିକାଣ୍ଡ, ଗୁଳିମାଡ଼ରେ ଜଣେ ଆହତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ଦୈନିକ ମାର୍କେଟରେ ଏକ ଗୁଳିକାଣ୍ଡ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇଦେଇଛି ।

ବୁଢାରାଜା ଦୈନିକ ମାର୍କେଟ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଥିବା ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବାରୁ ଚିକିତ୍ସା ନିମନ୍ତେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଗୁଳିକାଣ୍ଡରେ ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ ବୁଢାରଜା ଦୈନିକ ମାର୍କେଟର ପରିବା ବ୍ୟବସାୟୀ ମଣ୍ଟୁ ପୋଢ ।

ତାଙ୍କର ଗୋଡ଼ରେ ଗୁଳି ବାଜି କ୍ଷତ ସୃଷ୍ଟି ହୋଇଥିôବାରୁ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି ।

ଏହି ଗୁଳିକାଣ୍ଡ ସମ୍ପର୍କରେ ଖବରପାଇ ଅଇଁଠାପାଲି ଥାନାର ପୋଲିସ ଘଟଣାସ୍ଥଳରେ ପହଁଚିଥିଲେ । ଏହି ଘଟଣାରେ ସମ୍ପୃକ୍ତ ଥିବା ସିରିଆ ଜେନା ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ମିଳିଥିବା ସୂଚାନନୁଯାୟୀ, ମାର୍କେଟ ମଧ୍ୟରେ ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ବଚସା ହୋଇଥିଲା । ପରେ ଉତ୍ତେଜିତ ହୋଇ ସିରିଆ ଦେଶୀ ବନ୍ଧୁକରୁ ମଣ୍ଟୁ ଉପରକୁ ଗୁଳି ଚଳାଇଥିଲା ।

ଡ଼ାକ୍ତରଖାନାରେ ଚିକିତ୍ସାଧିନ ଥିବା ଆହତ ମଣ୍ଟୁଙ୍କର ଅବସ୍ଥା ଏବେ ସୁଧରୁଥିବା ସୂଚନା ମିଳିଛି ।

ପୋଲିସ ଏସମ୍ପର୍କରେ ଛାନଭିନ୍ନ କରି ଅଧିକ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି ।

Leave A Reply

Your email address will not be published.