କାଠମାଣ୍ଡୁ: ଭାରତ-ନେପାଳ ବିବାଦ ଆଗକୁ ବଢ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଶନିବାର ନେପାଳ ସଂସଦରେ ଭାରତର କିଛି ଅଂଚଳ ଥିବା ନୂତନ ମ୍ୟାପକୁ ପାରିତ କରାଯାଇଛି । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ପାସ୍ କରାଯାଇଛି । ୨୭୫ରୁ ୨୫୮ ଭୋଟ ବିଲ ସପକ୍ଷରେ ପଡିଥିଲା । ବିଲ ବିପକ୍ଷରେ ଗୋଟିଏ ହେଲେ ଭୋଟ ପଡି ନ ଥିଲା । ଭାରତ ଲିପୁଲେଖ, ଲିମପିୟାଧୁରା ଓ କଲାପାନୀକୁ ନିଜର ବୋଲି କହୁଥିବା ବେଳେ ନେପାଳ ମଧ୍ୟ ଏହାର ଦାବୀଦାର ଭାବେ ଉପସ୍ଥାପନ କରିଛି । ଗତ ମାସରେ ନେପାଳ ସରକାର ଏହି ବିଲ୍ ଉପସ୍ଥାପନ କରିଥିଲେ ।
ବିବାଦର କାରଣ : ୧୮୧୬ରେ ନେପାଳ ଓ ବ୍ରିିଟିଶ ଇଷ୍ଟ ଇଣ୍ଡିଆ ମଧ୍ୟରେ ଆଙ୍ଗଲୋ-ନେପାଳ ଯୁଦ୍ଧ ହୋଇଥିଲା । ଏହା ପରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । କାଳୀ ନଦୀକୁ ଭାରତର ଏବଂ ଏହାର ପଶ୍ଚିମ ସୀମାକୁ ନେପାଳର ବୋଲି ଦର୍ଶାଯାଇଥିଲା । ଏହି ଆଧାରରେ ନେପାଳ ଉପରୋକ୍ତ ସ୍ଥାନଗୁଡିକ ନିଜର ବୋଲି ଦାବୀ କରୁଛି । ତେବେ ଉଭୟ ଦେଶ ଏ ନେଇ ନିଜ ପାଖରେ ଥିବା ନକ୍ସା ଦେଖାଉଛନ୍ତି । ଯେଉଁଥିରେ ସ୍ପଷ୍ଟ କିଛି ପ୍ରମାଣିତ ହେଉ ନାହିଁ ।
BREAKING NEWS
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
Comments are closed.