ୱେଲିଂଟନ: କୋଭିଡ-୧୯ ମହାମାରୀରୁ ନ୍ୟୁଜିଲାଣ୍ଡ ମୁକ୍ତ ହୋଇଛି । ଏଥିପାଇଁ ଦେଶରେ କଟକଣାକୁ ଉଠାଇ ଦିଆଯାଇଛି । ଏହାର ପ୍ରଭାବ ରଗବୀ ମ୍ୟାଚରୁ ଜଣାପଡିଥିଲା । ଇଡେନ ପାର୍କରେ ଅକଲାଣ୍ଡ ବ୍ଲୁଜର ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ୪୩୦୦୦ ଦର୍ଶକ ଉପସ୍ଥିତ ଥିଲେ । ଅନ୍ୟ ଅର୍ଥରେ କହିବାକୁ ଗଲେ ନ୍ୟୁଜିଲାଣ୍ଡରେ କୋଭିଡକୁ ପ୍ରଥମ କିକ୍ ଲାଗିଛି । ୧୫ ବର୍ଷ ପରେ ଇଡେନରେ ଏତେ ସଂଖ୍ୟକ ଦର୍ଶକ ମ୍ୟାଚ ଉପଭୋଗ କରିଛନ୍ତି । ଏହି ସୁପର ସଣ୍ଡେ ମୁକାବିଲାରେ ଅକଲାଣ୍ଡ ବ୍ଲୁଜ ୩୦-୨୦ରେ ସୁପର ରଗବୀ ଆଟେରାରୋକୁ ହରାଇଛି ।କେତେକ ବିଶେଷଜ୍ଞଙ୍କ ମତରେ କରୋନାକୁ ଆଉ କିଛି ଦିନ ସତର୍କତାର ସହ ଜଗିବାକୁ ପଡିବ । ଏତେଟା ଖାମଖିଆଲ ଗ୍ରହଣୀୟ ନୁହେଁ । ସୋମବାର ନ୍ୟୁଜିଲାଣ୍ଡକୁ ନିଜକୁ କରୋନାମୁକ୍ତ ଦେଶ ବୋଲି ଘୋଷଣା କରିଥିଲା ।
BREAKING NEWS
- ଗୃହମନ୍ତ୍ରୀଙ୍କ ଫେକ୍ ଭିଡିଓ ପୋଷ୍ଟ କରିବା ପଡିଲା ମହଙ୍ଗା, ରେବନ୍ତ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ
- ପୂର୍ବ ଭାରତର ସର୍ବବୃହତ ଏଚ୍ଆର୍ କନ୍କ୍ଲେଭ୍ ‘ସୋଆ ପ୍ରକ୍ସିମା -୨୦୨୪’ ଉଦ୍ଯାପିତ, ମାନବ ସମ୍ବଳ ଓ ଶିଳ୍ପ ବିଶେଷଜ୍ଞଙ୍କ ବୌଦ୍ଧିକ ଚର୍ଚ୍ଚା
- ବିରାଟ ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହା
- ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ ଦୁଇ ଶିକ୍ଷକ ନିଲମ୍ବିତ
- ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ଜୋନାଲ୍ ଅଫିସରେ ଅଗ୍ନିକାଣ୍ଡ
- କାରରୁ ଜବତ ହେଲା ୩୮୮ ଲିଟର ମଦ ସହ ୩୦ ହଜାର ନଗଦ ଟଙ୍କା, ୨ ଗିରଫ
- ପନ୍ତଙ୍କ ଜବରଦସ୍ତ ପ୍ରଦର୍ଶନ ସତ୍ୱେ ସଞ୍ଜୁଙ୍କ ସପକ୍ଷରେ ଚୟନ କମିଟି
- କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ ପ୍ରଧାନ
- ନିଆରା ଶୈଳୀରେ ନ୍ୟୁଜିଲାଣ୍ଡ ଟି୨୦ ବିଶ୍ୱକପ ପାଇଁ ଘୋଷଣା କଲା ଦଳ
- ନାମାଙ୍କନ ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ