ପୁରୀ: ରଥଯାତ୍ରା ହେବା ନେଇ ବାଟ ଫିଟୁଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ନୂଆ ସଙ୍କେତ ମିଳିଛି । ରଥ ଅନୁକୂଳ ପାଇଁ ଆଜି ପୁରୋହିତଙ୍କୁ ଅନୁମତି ପତ୍ର ଲେଖିଛି ଶ୍ରୀମନ୍ଦିର ପ୍ରଶାସନ । ରଥ ପ୍ରତିଷ୍ଠା ପାଇଁ ପ୍ରସ୍ତୁତ ରହିବାକୁ ପତ୍ରରେ ଦର୍ଶାଯାଇଛି ।
ପ୍ରତିବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୋହିତଙ୍କୁ ଏଭଳି ଭାବରେ ଜଣାଇଦିଆଯାଇଥାଏ । ରଥ କାମ ଶେଷ ପର୍ଯ୍ୟାୟରେ ପହଁଚିବା ପରେ ରଥ ପ୍ରତିଷ୍ଠା କରିବାକୁ ମନ୍ଦିର ପ୍ରଶାସନ ଠାରୁ ଅନୁମତି ଲୋଡାଯାଇଥାଏ । ଏବଂ ମନ୍ଦିର ପ୍ରଶାସନ ଅନୁମତି ଦେବା ପରେ ରଥ ପ୍ରତିଷ୍ଠା ହୋଇଥାଏ ।
ତେବେ ଚଳିତବର୍ଷ ରଥଯାତ୍ରା ହେବା ନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନଥିବାରୁ ଦ୍ୱନ୍ଦ୍ୱ ବଢିଥିଲା । ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ପୁରୋହିତଙ୍କୁ ମିଳିଥିବା ରଥ ପ୍ରତିଷ୍ଠା ଅନୁମତି ପତ୍ର, ଚଳିତବର୍ଷ ରଥଯାତ୍ରା ହେବା ନେଇ ସଙ୍କେତ ଦେଉଛି ।
Comments are closed.