ପୁରୀ: ଆଜି ସୁସ୍ଥ ହେବେ ଶ୍ରୀଜିଉ । ଦେବ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ପାଣିରେ ଗାଧୋଇ ଅସୁସ୍ଥ ହୋଇଅଣସର ଘରେ ଅଛନ୍ତି ଶ୍ରୀଜୀଉ। ସେଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ କରାଯାଉଛି ନାନାଦି ଆୟୁର୍ବେଦ ଚିକିତ୍ସା କରାଯାଉଛି। ଜରରେ ପଡିଥିବା ଶ୍ରୀଜୀଉଙ୍କ ଠାରେ ପୂର୍ବରୁ ଫୁଲିରି ତେଲ ଲାଗି ହୋଇଥିଲା ଆଜି ରାଜବୈଦ୍ୟ ଦଶମୂଳମୋଦକ ପ୍ରଦାନ କରିଥିବା ସୂଚନା। ମହାପ୍ରଭୁ ଆଜି ଏହି ଦଶମୂଳ ମୋଦକ ଖାଇବା ପରେ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି।
ଶ୍ରୀଜିଉ ସୁସ୍ଥ ହେବା ପରେ ଆଜି ବାଜି ଉଠିବ ଘଣ୍ଟ, ଘଣ୍ଟି, କାହାଳୀ । ରଙ୍ଗବେରଙ୍ଗର ପୋଷାକ ପରିଧାନ କରିବେ ମହାପ୍ରଭୁ । ଏହାପରେ ରଙ୍ଗବେରଙ୍ଗର ଫୁଲରେ ପାଇବେ ପୂଜା ।
Comments are closed.