ନୂଆଦିଲ୍ଲୀ: ଗ୍ରାମାଞ୍ଚଳକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ସୁଯୋଗ ଯୋଗାଇବା ପାଇଁ ଭାରତ ସରକାର ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦ ତାରିଖ ଦିନ ୧୧ ଟା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିହାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୃଶ୍ୟ ଶ୍ରାବ୍ୟ ସମ୍ମିଳନୀ ଜରିଆରେ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ବିହାର ଖଗରିଆ ଜିଲ୍ଲା ବେଲଦାଉର ବ୍ଲକର ତେଲିହାର ଗ୍ରାମରୁ ଏହି ଯୋଜନାର ଶୁଭାରମ୍ଭ ହେବ ବୋଲି ସୂଚନା ମିଳିଛି । ଏହାଛଡା ଅନ୍ୟ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀମାନେ ଏହି ଆପାତତଃ ଉଦ୍ଘାଟନୀ ସମାରୋହରେ ଯୋଗଦେବେ । ୬ ଟି ରାଜ୍ୟର ୧୧୬ ଜିଲ୍ଲାର ଗ୍ରାମବାସୀ ସାଧାରଣ ସେବା କେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ସାମାଜିକ ଦୂରତ୍ଵ ନିୟମ ମାନି ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।
୧୨୫ ଦିନ ବ୍ୟାପୀ ଏହି ଅଭିଯାନ ମିଶନ ମୋଡରେ ଚାଲିବା ସହ ୨୫ଟି ଭିନ୍ନ ଭିନ୍ନ କାର୍ଯ୍ୟ ଦ୍ଵାରା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯିବ । ଗୋଟିଏ ପଟରେ ସେମାନଙ୍କୁ କାମ ଯୋଗାଇଦେବା ସହ ଅନ୍ୟ ପକ୍ଷରେ ଦେଶର ଗ୍ରାମାଞ୍ଚଳରେ ଏଥିପାଇଁ ସ୍ଥାୟୀ ଭିତ୍ତିଭୂମି ତିଆରି ହୋଇପାରିବ । ଏହି ଯୋଜନା ପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି ।
ପ୍ରାୟ ୨୫ ହଜାର ଲେଖାଏଁ ପ୍ରବାସୀ ଶ୍ରମିକ ଫେରିଥିବା ଦେଶର ୬ଟି ରାଜ୍ୟରୁ ମୋଟ ୧୧୬ଟି ଜିଲ୍ଲାକୁ ଏଥିପାଇଁ ବଛାଯାଇଛି । ଏହି ୬ଟି ରାଜ୍ୟ ହେଲା ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଏବଂ ଓଡିଶା । ସେଥିରେ ୨୭ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟ ରହିଛି । ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ଏହିସବୁ ଜିଲ୍ଲାର ହୋଇଥିବା ଆକଳନ କରାଯାଇଛି । ଏହି ଅଭିଯାନକୁ ୧୨ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସହଯୋଗ କରିବେ ବୋଲି ସୂଚନା ମିଳିଛି । ସେଗୁଡିକ ହେଲେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ସଡକ ପରିବହନ ଓ ରାଜପଥ, ଖଣି, ପାନୀୟ ଜଳ ଓ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ନୂତନ ଓ ଅକ୍ଷୟ ଶକ୍ତି, ସୀମା ସଡକ, ଦୂରସଞ୍ଚାର ଓ କୃଷି ।
BREAKING NEWS
- ରଣଜୀ ଟ୍ରଫି: ବାଦଲଙ୍କ ପ୍ରଥମ ଥର ପାଇଁ ୫ ୱିକେଟ୍ ସଫଳତା, କିନ୍ତୁ ଗୁଜରାଟ ବିପକ୍ଷରେ ସଙ୍କଟରେ ଓଡ଼ିଶା
- ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହୋଇପାରନ୍ତି ରୋହିତ ଶର୍ମା, ଜାଣନ୍ତୁ କାରଣ
- ନୂଆ IPL ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍, ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ
- Smartphone Scrolling: ଅଧ୍ୟୟନରୁ ଲୁକ୍କାୟିତ ସମସ୍ୟା
- ଗୋଟିଏ ଓଭରରେ ୫ଟି ୱିକେଟ ନେଲେ ଦକ୍ଷିଣ ଆଫ୍ରିକାର ଏହି ବୋଲର
- ଐତିହାସିକ ବାଲିଯାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନା, ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ିବ ଜରିମାନା
- କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏଲ୍ ମୁରୁଗାନଙ୍କ ଇସ୍ତଫା
- ଆସନ୍ତୁ ଜାଣିବା ମୋବାଇଲ ଓ ଲ୍ୟାପଟପ ଯୋଗୁ କିପରି ପ୍ରଭାବିତ ହୁଏ ପୁରୁଷଙ୍କ ଫର୍ଟିଲିଟି
- ଟେମ୍ବା ବାଭୁମାଙ୍କ କ୍ୟାପ୍ଟେନସିପ୍ରେ ପ୍ରଥମ ଟେଷ୍ଟ ପରାଜୟ: ଦକ୍ଷିଣ ଆଫ୍ରିକାକୁ ୨୧୪ ରନ୍ରେ ହରାଇଲା ଅଷ୍ଟ୍ରେଲିଆ
- ନ୍ୟୁୟର୍କରେ ପ୍ରବାସୀ ବାଂଲାଦେଶୀଙ୍କ ଆକ୍ରୋଶର ଶିକାର ହେଲେ ନୋବେଲ ବିଜେତା ୟୁନୁସ

Comments are closed.