ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ
ଭାରତୀୟ ସଂସ୍କୃତିରେ ଜଗନ୍ନାଥ ତତ୍ତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ ବରଂ ସାରା ବିଶ୍ୱରେ କୋଟି କୋଟି ଶ୍ରଦ୍ଧାଳୁଙ୍କ ଦୃଢ ବିଶ୍ୱାସର ଆସ୍ଥାଭାଜନ ହୋଇପାରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ମହାନ ସନାତନ ଓ ଉତ୍କଳୀୟ ବିଚାରଧାରାରେ ଶ୍ରୀଜଗନ୍ନାଥ ହିଁ ଆକର୍ଷଣର କେନ୍ଦ୍ରବିନ୍ଦୁ । ସେହି ଦାରୁବ୍ରହ୍ମ ରୂପୀ ନାରାୟଣ ଯେ ଅବତାର ନୁହେଁ ବରଂ ସେ ସ୍ୱୟଂ ଅବତାରୀ । କୋଟି କୋଟି ଜନନାଙ୍କୁ କେଉଁ ଏକ ଅଦ୍ଭୁତ ମହାକର୍ଷଣରେ ସେ ଆକୃଷ୍ଟ କରିଥାଆନ୍ତି । ଶ୍ରୀଜଗନ୍ନାଥ କିଏ ? କାହିଁକି ଆମେ ତାଙ୍କ ପ୍ରତି ଆକର୍ଷିତ ହୋଇପଡିଥାଉ ତାହାର ଉତ୍ତର ଖୋଜିବା ଯେତିକି କଷ୍ଟକର ସେତିକି ମଧ୍ୟ ରହସ୍ୟମୟ ।
ଅଧିକ ପଢନ୍ତୁ – ଅନୁଭୂତିରେ ଶ୍ରୀଜଗନ୍ନାଥ: ବିଷମକଟକ, ମୁଁ, ମୋ ଭାଇ ଓ ମୋ ଠାକୁର…
ଦାରୁବ୍ରହ୍ମଙ୍କ ମାନବୀୟ ଲୀଳାକୁ କୋଟି କୋଟି ଜନତା ଦର୍ଶନ କରିଥାଆନ୍ତି । ସାଧାରଣ ମନୁଷ୍ୟଟିଏ ପରି ତାଙ୍କର ଦିନଚର୍ଯ୍ୟା ହୋଇଥାଏ । ସେ ଅବିନାଶୀ, ସେ ପୂର୍ଣ୍ଣବ୍ରହ୍ମ, ସେ ଶୂନ୍ୟବ୍ରହ୍ମ ଏବଂ ସେ ଜୀବନ୍ତ ଠାକୁର ସେ କୃପାମୟ, ସେ ନୀଳାଚଳ ନିବାସୀ ଲୀଳାମୟ ମହାପ୍ରଭୁ । ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ବିଶ୍ୱ ବ୍ରହ୍ମାଣ୍ଡରେ ସିଏ ଏକା ହିଁ ଏପରି ଏକ ଦେବତା ଯିଏକି ପରିବାର ସହ ବାହାରନ୍ତି ଜଗତ ଦେଖିବାକୁ, ବୁଲିବାକୁ । ସଂସାର ଓ ନାରୀମାନଙ୍କ ମହତ୍ୱକୁ ସ୍ୱୟଂ ଜଗନ୍ନାଥ ମଧ୍ୟ ମହତ୍ୱ ପ୍ରଦାନ କରିଛନ୍ତି । ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର, ନୀଳାଚଳ ଧାମ ବା ଶଙ୍ଖକ୍ଷେତ୍ର ପୁରୀରେ ସାଧାରଣ ମଣିଷ ପରି ସମସ୍ତ ଲୀଳା ଖେଳା କରିଥାଆନ୍ତି । ମଣିଷଟିଏ ପରି ନିଜର ଜନ୍ମଭୂମିକୁ ମଧ୍ୟ ଭୁଲନ୍ତି ନାହିଁ । ଜନନୀ ଜନ୍ମଭୂମିଶ୍ଚ ସ୍ୱରାଦପୀ ଗରିୟସୀ । ଭଗବାନ ପ୍ରତ୍ୟେକବର୍ଷ ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିର ଯାଆନ୍ତି ।
ଅଧିକ ପଢନ୍ତୁ – ଭଗବାନ ଚୈତନ୍ୟ ଓ କୃଷ୍ଣଭକ୍ତି: ନାମରସରେ ନାଚି ଉଠିଲେ ହିଂସ୍ର ଜୀବଜନ୍ତୁ !
ଶ୍ରୀଜଗନ୍ନାଥଙ୍କ ଜନ୍ମବେଦୀ ଶ୍ରୀଗୁଣ୍ଡିଚାକୁ ନେଇ ଅନେକ ପୌରାଣିକ କଥାବସ୍ତୁ ରହିଛି । କିମ୍ବଦନ୍ତୀ ଅନୁଯାୟୀ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପତ୍ନୀ ହେଉଛନ୍ତି ଗୁଣ୍ଡିଚା ଦେବୀ । ଇନ୍ଦ୍ରଦ୍ୟୁଙ୍କର ତ୍ୟାଗ, ତପସ୍ୟା, ପରିଶ୍ରମ ଓ ଭକ୍ତିର କାରଣରୁ ଆମେ ଜଗନ୍ନାଥଙ୍କର ଦର୍ଶନ ପାଇପାରୁଛୁ । ଜଗନ୍ନାଥ ଭକ୍ତ ବତ୍ସଳ । ଶ୍ରୀକୃଷ୍ଣ ଭକ୍ତମାନଙ୍କର ମହତ୍ୱ ରଖିବା ଭଲରୁପେ ଜାଣନ୍ତି । ଜନ୍ମଭୂମି ମା ଅଟେ ଏଠାରେ ଭଗବାନ ମାଉସୀ ଘରକୁ ଯାଇ ମା’ର ସମ୍ମାନ ରଖିଛନ୍ତି । ଏଠାରେ ଭଗବାନ ମାଉସୀ ହାତରୁ ପୋଡପିଠା ଖାଆନ୍ତ। ଏଠାରେ ଭଗବାନ ସମ୍ପର୍କର ମହତ୍ଵ ଦର୍ଶାଇଛନ୍ତି ।
ଅଧିକ ପଢନ୍ତୁ: ଜାଣନ୍ତୁ, ‘ଓଁକାର ଜପ’ର ୧୫ଟି ଆଶ୍ଚର୍ଯ୍ୟଜନକ ଉପକାରିତା !
ଏହି ଯାତ୍ରାରେ ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ର ସାଙ୍ଗରେ ଯାଆନ୍ତି । ଭଉଣୀଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷା ଜନ୍ମଭୂମି ମଧ୍ୟ କରିଛନ୍ତି । ସୁଭଦ୍ରାଙ୍କ ରଥରେ ଅର୍ଜୁନଙ୍କୁ ସାରଥୀ ରଖିଛନ୍ତି, କ’ଣ ଜଣେ ସ୍ୱାମୀ କେବଳ ସ୍ତ୍ରୀର ସୁରକ୍ଷା କରିଥାଏ ଏହା ଭଗବାନ ଦେଖାଇଛନ୍ତି । ଯେତେବେଳେ ଜଣେ ସ୍ୱାମୀ ସ୍ତ୍ରୀ’ର ଜୀବନର ସାରଥୀ ହୋଇଥାଏ ସ୍ତ୍ରୀ କେବେ ପଥଭ୍ରଷ୍ଟ ହୋଇନଥାଏ ଏହା ଶ୍ରୀଜଗନ୍ନାଥ ଦେଖାଇଛନ୍ତି । ତିନିଜଣ ଭଗବାନଙ୍କର ଆଖି ବଡ଼ବଡ଼ ଅଟେ କାରଣ ରାଧାରାଣୀଙ୍କର ବିଶାଳ ପ୍ରେମ ଭଗବାନଙ୍କ ଆଖିରେ ଦେଖାଯାଏ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଭଗବାନ ରାଧାରାଣୀଙ୍କର ପାଦସେବା କରୁଥିଲେ । ଏହି ବିଶାଳ ପ୍ରେମଭାବକୁ ଜଗନ୍ନାଥ ଦର୍ଶାଇଛନ୍ତି। ତ୍ରେତୟା ଯୁଗରେ ଭଗବାନ ରାମ ସୀତାଙ୍କ ସହ ସିଂହାସନରେ ବସିଥିବାର ଦେଖାଯାଏ, ଏଠାରେ ଭଗବାନ ସ୍ତ୍ରୀ ପୁରୁଷଙ୍କୁ ଏକ ଆଖିରେ ଦେଖିଛନ୍ତି । ଦୁହେଁ ପ୍ରକୃତରେ ସମାନ ଗୋଟିଏ ଆତ୍ମା ଅଟନ୍ତି। ବାହୁଡା ଯାତ୍ରା ଦିନ ଜଗନ୍ନାଥ ମନ୍ଦିର ବାହୁଡ଼ିବା ସମୟରେ ଲଷ୍ମୀ ଠାକୁରାଣୀ ମନ୍ଦିର ଦ୍ୱାର ବନ୍ଦ କରିଦେବାର ପରମ୍ପରା ରହିଛି । ଏଠାରେ ସାଧାରଣ ପତ୍ନୀଙ୍କ ପରି ଲଷ୍ମୀ ଠାକୁରାଣୀ ମାନ ଅଭିମାନ କରନ୍ତି ଓ ଜଗନ୍ନାଥ ପିଠା, ମିଠା, ଫଳ ଇତ୍ୟାଦି ଖୁଆଇ ଲଷ୍ମୀଙ୍କର ମାନଭଞ୍ଜନ କରନ୍ତି। ଏଠାରେ ଭଗବାନ ସମସ୍ତଙ୍କୁ ଦର୍ଶାଇ ଦେଇଛନ୍ତି ଯେ, ଜଣେ ପତ୍ନୀର ମହତ୍ଵ ଅଭିମାନର ମୂଲ୍ୟ। ଏପରିକି ଛୁଆଁ, ଅଛୁଆଁ, ଭେଦଭାବର ଉଦାହରଣ ଦେଇଛନ୍ତି।
ଅଧିକ ପଢନ୍ତୁ: ନିଶ୍ଚିତ ସୁଖୀ ଜୀବନ ଓ ମନକୁ ଶାନ୍ତି ଦେବାର ସରଳ ଉପାୟ
ଶ୍ରୀୟା ଚଣ୍ଡାଳୁଣୀ ଘରକୁ ଯାଇଥିବା ଲଷ୍ମୀଙ୍କୁ ଛୁଆଁ, ଅଛୁଆଁ ଭେଦ ଭାବ ଯୋଗୁଁ ଭଗବାନ ମନ୍ଦିରରୁ ବାହାର କରିଦେଇଥିଲେ କିନ୍ତୁ ପତ୍ନୀର ମହତ୍ଵ ବୁଝାଇବା ପାଇଁ ପୁଣି କ୍ଷମା ମାଗି ମା’ସାଆନ୍ତାଣୀଙ୍କୁ ମନ୍ଦିରକୁ ଆଣିଥିଲେ। ଏହାଦ୍ୱାରା ଛୁଆଁ ଅଛୁଆଁ ଭେଦଭାବ ମଧ୍ୟ ଦୁରାହୋଇପାରିଥିଲା। ପ୍ରତିଟି ଲୀଳା ମାଧ୍ୟମରେ ଜଗନ୍ନାଥ ପାରିବାରିକ ଓ ସାମାଜିକ ଶିକ୍ଷା ସମାଜକୁ ଦେଇଛନ୍ତି । ସାଂସାରିକ ତତ୍ତ୍ୱକୁ ଉଦାହରଣ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ସାରା ସଂସାରକୁ ରଥଯାତ୍ରା ମହୋତ୍ସବ ମାଧ୍ୟମରେ ଦିଗଦର୍ଶନ ଦେଇଛନ୍ତି ।
କୋଲକାତା, ପଶ୍ଚିମବଙ୍ଗ, ମୋ – ୭୯୮୦୫୪୯୩୯୭
( ଲେଖିକା ଏକାଧାରରେ ଜଣେ କବି, ସ୍ତମ୍ଭକାର, ତଥା ଯୋଗ-ପ୍ରାଣ-ବିଦ୍ୟା ଏବଂ ପ୍ରାନିକ୍ ହିଲର୍ )
Comments are closed.