Latest Odisha News

ହେ ଜଗନ୍ନାଥ…

ହେ ଜଗନ୍ନାଥ…

ସନ୍ତୋଷ କୁମାର ମିଶ୍ର

ଭକ୍ତ ଦିଅଁ ଦରଶନେ ପଡିଲା ଫାଟ
ମାଳିକା ବଚନ କଣ ହେବକି ସତ
ହେ ଜଗନ୍ନାଥ..(୦)

ମୁଖରୁ ବାହାରୁ ନାହିଁ କିଛି ସତ ବାଣୀ
ସହଜରେ ପାପଟିକୁ ନେଉଅଛି କିଣି,
ଭକତର ପୋଷାକରେ ହୃଦେ ଭକ୍ତି ଶୂନ୍ୟ
ସେବାର ଡେଙ୍ଗୁରା ପିଟି ଅର୍ଥ ଉପାର୍ଜନ,
ସତେ କି ଏ କଳିଯୁଗ ହୋଇବ ଅନ୍ତ
ମାଳିକା ବଚନ କଣ ହେବକି ସତ,
ହେ ଜଗନ୍ନାଥ ….….(୧)

କରୋନାର ଭୟ ଆଜି ଗଢ଼ିଛି କାହାଣୀ
ବଡ଼ ଦାଣ୍ଡ ଭକ୍ତ ଶୂନ୍ୟ ଜାଣିକି ପାରନି,
ଭକ୍ତ ବିନା ଦିଅଁ ଯାତ ଲାଗେ ଅଧା ଅଧା
ଯେମିତିକା ବୃନ୍ଦାବନ କାହ୍ନୁ ବିନା ଅଧା,
ମୁଖା ପିନ୍ଧି ହାତ ଟେକି ଦେଉଛି ଭକ୍ତ
ମାଳିକା ବଚନ କଣ ହେବ କି ସତ,
ହେ ଜଗନ୍ନାଥ…..(୨)

——————————-

ଆଇନଜୀବୀ, ଭବାନୀପାଟଣା, ଦୁରଭାଷ- ୯୪୩୮୨୬୩୪୬୪

 

Leave A Reply

Your email address will not be published.