Latest Odisha News

BREAKING NEWS

ଅଡୁଆରେ ଆଇଟମ ଗାର୍ଲ୍ ରାକ୍ଷୀ ସାୱନ୍ତ, ତନୁଶ୍ରୀ କଲେ ମାନହାନି ମୋକଦ୍ଦମା

ନୂଆଦିଲ୍ଲୀ : ‘ମି ଠୁ’ ଅଭିଯାନକୁ ନେଇ ପ୍ରଥମେ ଚର୍ଚ୍ଚାରେ ଆସିଥିଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ । ସେହି ସମୟରେ ତନୁଶ୍ରୀଙ୍କ ବିରୋଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ଆଇଟମ ଗାର୍ଲ ରାକ୍ଷୀ ସାୱନ୍ତ ।

ଅଭିନେତ୍ରୀ ତନୁଶ୍ରୀ ‘ମି ଠୁ’ ଜରିଆରେ ପ୍ରଥମେ ନାନା ପାଟେକରଙ୍କ ନାମରେ ଅସଦାଚରଣର ଅଭିଯୋଗ ଆଣିଥିଲେ । ସେ ସମୟରେ ତନୁଶ୍ରୀଙ୍କୁ ଅନେକ ବଲିଉଡ ଷ୍ଟାର ସର୍ପୋଟ କରିଥିବା ବେଳେ ସବୁବେଳେ କଣ୍ଟ୍ରୋଭର୍ସିରେ ରହୁଥିବା ରାକ୍ଷୀ ସାୱନ୍ତ କିନ୍ତୁ ତାଙ୍କ ନାରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

ସେହି ମନ୍ତବ୍ୟକୁ ନେଇ ଆଜି ତନୁଶ୍ରୀ ରାକ୍ଷୀଙ୍କ ବିରୋଧରେ ୧୦ କୋଟି ଟଙ୍କାର ଏକ ମାନହାନି ମୋକଦ୍ଦମା ରାକ୍ଷୀଙ୍କ ବିରୋଧରେ ଦାଏର କରିଛନ୍ତି ।

ବିଗତ ଦିନରେ ରାକ୍ଷୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ‘ହର୍ଣ୍ଣ ଓକେ’ ଫିଲ୍ମର ଏକ ଗୀତର ସୁଟିଂ ଚାଲିଥିବାବେଳେ ତନୁଶ୍ରୀ ଫିଲ୍ମର ଗୀତଟିକୁ ଅଧା ସୁଟ୍ କରି ଛାଡିଦେଇଥିଲେ ଓ ପରବର୍ତ୍ତୀ ସମୟରେ ସେ ତାଙ୍କ ଭ୍ୟାନରେ ନିଜକୁ ଲକ୍ କରିଦେଇଥିଲେ ।

ସେଠାରେ ଉପସ୍ଥିତ ଥିବା ରାକ୍ଷୀ ମଧ୍ୟ ତନୁଶ୍ରୀଙ୍କୁ ଡାକିଥିଲାବେଳେ ସେ ଶୁଣିନଥିଲେ । ପରେ ଡ୍ରଗ୍ସ ନେଇ ସେ ୩ରୁ ୪ ଘଣ୍ଟା ବେହୋସ ପଡି ରହିଥିଲେ ବୋଲି ଜଣାପଡିଥିଲା । ଆଉ ଆଜି ସେ ବଡବଡ କଥା କହୁଛି ବୋଲୀ ରାକ୍ଷୀ ନିଜ ମନ୍ତବ୍ୟରେ କହିଥିଲେ ।

Leave A Reply

Your email address will not be published.