Latest Odisha News

BREAKING NEWS

ଆଜି ଶିବରାଜ ସିଂ ଚୌହ୍ୱାନ କ୍ୟାବିନେଟର ସମ୍ପ୍ରସାରଣ

ମଧ୍ୟପ୍ରଦେଶ: ଶିବରାଜ ସିଂହ ଚୌହ୍ୱାନ ସରକାରରେ ଆଜି ସାମିଲ ହେବେ ନୂଆ ମନ୍ତ୍ରୀ । ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୧୧ଟାରେ ରହିଛି ଶପଥଗ୍ରହଣ ସମାରୋହ । ଭୋପାଳ ସ୍ଥିତ ରାଜଭବନ ପରିସରରେ ଆୟୋଜିତ ହେବ ଉତ୍ସବରେ ରାଜ୍ୟପାଳ ଆନନ୍ଦି ବେନ୍ ପଟେଲ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ।

କାହାକୁ ମିଳିବ ମନ୍ତ୍ରୀ ପଦ, ତାକୁ ନେଇ ମଧ୍ୟପ୍ରଦେଶ ରାଜନୀତିରେ ଚର୍ଚ୍ଚା ଚାଲିଛି । ସମ୍ଭାବ୍ୟ ମନ୍ତ୍ରୀଙ୍କୁ ରାଜଭବନରୁ ଫୋନ୍ କଲ୍ ବି ଆସିଛି । କୁହାଯାଉଛି ପାଖାପାଖି ୨୫ ଜଣ ମନ୍ତ୍ରୀ ଶିବରାଜଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି ।

ମଧ୍ୟପ୍ରଦେଶ ବିଧାନସଭାରେ ୨୩୦ ସଦସ୍ୟ ଅଛନ୍ତି । ନିୟମ ଅନୁସାରେ ଅତି କମରେ ୩୫ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳି ପାରିବ । ସରକାରାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ସମେତ ମୋଟ୍ ୬ ଜଣ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି । ୨୯ଟି ପଦ ଖାଲି ରହିଛି । ଚର୍ଚ୍ଚା ହେଉଛି, ଜ୍ୟୋତିରାଦ୍ଦିତ୍ୟ ସିନ୍ଧିୟାଙ୍କ ୮-୯ ସମର୍ଥକଙ୍କୁ ମିଳିପାରେ ମନ୍ତ୍ରୀ ପଦ ।

Comments are closed.